fbpx
BSKY SKY
BSKY SKY

କ୍ୟାମ୍ପ୍ ଅଫିସରେ ମୋବାଇଲ ମେଳା ଆୟୋଜିତ, ୪୦ ଲକ୍ଷର ଚୋରୀ ଜିନିଷ ଉଦ୍ଧାର

BSKY

ଭୁବନେଶ୍ୱର: କମିଶନରେଟ ପୋଲିସର କ୍ୟାମ୍ପ୍ ଅଫିସରେ ଆୟୋଜିତ ହୋଇ ଯାଇଛି ମୋବାଇଲ ମେଳା । ଚୋରି ମୋବାଇଲ ଫେରିପାଇଛନ୍ତି ଲୋକେ । ଚୋରି ମୋବାଇଲକୁ ଠାବ କରି ପୋଲିସ କମିଶନର ଅଭିଯୋଗକାରୀଙ୍କୁ ତାଙ୍କ ଜିନିଷ ହସ୍ତାନ୍ତର କରିଥିଲେ । ଚୋରଙ୍କଠାରୁ ଜବତ ହୋଇଥିବା ଟଙ୍କା, ମୋବାଇଲ, ଆଉ ଚୋରି ଗାଡିକୁ ନେଇ ଆୟୋଜିତ ହୋଇଥିଲା ଏହି ମେଳା । ଏହି ମେଳାରେ ଶତାଧିକ ଜନ ସାଧାରଣ ଯୋଗ ଦେଇଥିଲେ । ତେବେ କେବଳ ସାଧାରଣ ଲୋକ ନୁହଁନ୍ତି– ଜଣେ ସିଆଇଏସଏଫ ପୁଲିସ ଇନସପେକ୍ଟରଙ୍କ ଘରୁ କଳାକନା ବୁଲାଇଥିବା ଲୁଟେରାଙ୍କ ସନ୍ଧାନ ବି ପାଇଥିଲା ପୋଲିସ । ତାଙ୍କ ଘରୁ ଚୋରି ହୋଇଥିବା ମୋବାଇଲ ଏବଂ ଟଙ୍କା ବି କମିଶନରେଟ ପୋଲିସ ଫେରାଇଥିବା ନଜରକୁ ଆସିଥିଲା ।

ନିଜ ଚୋରୀ ଜିନିଷକୁ ଫେରି ପାଇବାର ଆଶା ଛାଡି ଦେଇଥିବା ଲୋକମାନେ ନିଜ ଜିନିଷ ପାଇ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ଏହି ମେଳାରେ ୧୪୧ ମୋବାଇଲ ଫୋନ, ମୋଟରସାଇକେଲ ଏବଂ ନଗଦ ଟଙ୍କା ଲୋକମାନେ ଫେରି ପାଇଥିଲେ । ଲୋକଙ୍କୁ ମୋଟ ୪୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଫେରାଇଛି କମିଶନରେଟ ପୋଲିସ । ଏହାରି ଭିତରେ ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ ଓ ସିନ୍ଧିଚୋରୀ, ଚୋରୀ , ରାହାଯାନୀକୁ ନେଇ ଲୋକଙ୍କ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.