fbpx

ଶ୍ରୀଲଙ୍କା: ରେସିଂ ସମୟରେ ବଡ଼ ଦୁର୍ଘଟଣା, ୭ ଜଣଙ୍କ ମୃତ୍ୟୁ ଓ ୨୩ ଆହତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରୁ ଆସିଛି ଏକ ବଡ଼ ଖବର । ଏକ ରେସିଂ ଇଭେଣ୍ଟରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨୩ ଜଣ ଆହତ ହୋଇଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେସିଂରେ ସାମିଲ ଥିବା ଏକ କାର ଅଚାନକ ନିୟନ୍ତ୍ରଣ ହରାଇ ଦର୍ଶକଙ୍କ ଆଡ଼କୁ ପଶିଯାଇଥିଲା । ଫଳରେ କିଛି ଲୋକଙ୍କ ଜୀବନ ଯିବା ସହିତ ଆଉ କିଛି ଆହତ ହୋଇଥିଲେ । କିଛି ଲୋକଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ସେଠାରେ ରେସିଂ ଇଭେଣ୍ଟ କରାଯାଇଥାଏ । ୨୦୧୯ରେ ଏକ ଆକ୍ରମଣ ପରେ ରେସିଂକୁ ବନ୍ଦ କରିଦିଆଯାଇଥିଲା । ୫ ବର୍ଷ ପରେ ପୁଣି ଥରେ ରେସିଂ ଆରମ୍ଭ ହୋଇଥିବା ବେଳେ ପୁଣି ଘଟିଯାଇଛି ବଡ଼ ଅଘଟଣ । ୨୦୧୯ରେ ଏକ ଆତ୍ମଘାତୀ ଆକ୍ରମଣରେ ୨୭୦ ଜଣଙ୍କର ମୃତ୍ୟୁ ଘଟିଥିଲା । ସେଥିପାଇଁ ଉକ୍ତ ଇଭେଣ୍ଟ ଉପରେ ରୋକ୍ ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.