fbpx
BJD SKY
BJD SKY

ପରୀ ହତ୍ୟା ଘଟଣା: ବିଜେପିର ଅନିର୍ଦ୍ଦିଷ୍ଟ କାଳ ଧାରଣା

BJD

ନୟାଗଡ଼, ୬ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । ପରୀର ହତ୍ୟାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ମିଳିପାରିନାହିଁ । ତେଣୁ ପରୀକୁ ନ୍ୟାୟ ଦାବିରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଛି । ଏହି ଧାରଣାରେ ପରୀର ବାପା-ମାଆ ମଧ୍ୟ ସାମିଲ ହୋଇଛନ୍ତି । ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପରୀର ବାପା-ମାଆଙ୍କ ଦାବି କରିଛନ୍ତି । ପରୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ମଧ୍ୟ ଦାବି କରାଯାଇଛି ।

Get real time updates directly on you device, subscribe now.