fbpx

ଜାଣନ୍ତୁ ଫାଇଜର କରୋନା ଟିକାର ବିଶେଷତ୍ୱ , ଏବଂ ଏହାର ଦାମ

କରୋନା ଭୁତାଣୁ ର ମୁକାବିଲା ହେତୁ ବ୍ରିଟେନ ଓ ବାହାରିନ ସରକାର ଫାଇଜର ବାୟୋନଟେକ୍ ଟିକାର ବ୍ୟବହାର କୁ ଅନୁମତି ଦେଇଛନ୍ତି । ଏବେ ଏହି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ଅନୁମତି ମାଗିଛି। ଫାଇଜର ହେଉଛି ୟୁକେର ଫାର୍ମା କମ୍ପାନୀ ଏବଂ ବାୟୋନଟେକ ଜର୍ମାନୀର ଏକ କମ୍ପାନୀ। ଦୁଇ କମ୍ପାନୀ ମିଳିତ ଭାବରେ କରୋନା ଟିକା ପ୍ରସ୍ତୁତ କରିଛନ୍ତି। ଫାଇଜର କମ୍ପାନୀ ନିକଟରେ ଘୋଷଣା କରିଛି ଯେ ଏହାର କରୋନା ଟିକା ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ। ଭାରତରେ ଫାଇଜର ଟିକା ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ଏହା କିଭଳି ସଂରକ୍ଷିତ ହୋଇ ରହିବ। କାରଣ ଏହି ଟିକା ୬ ମାସ ପର୍ଯ୍ୟନ୍ତ ରଖିବାକୁ ହେଲେ ଏହାକୁ –୭୦° C କିମ୍ବା ତା’ଠାରୁ କମ୍ ତାପମାତ୍ରାରେ ରଖିବାକୁ ପଡିବ। ଏହା ଅତ୍ୟାଧିକ ବ୍ୟୟବହୁଳ। ଏହାର ଗୋଟିଏ ଟିକାର ଆନୁମାନିକ ମୂଲ୍ୟ ୧୪୭୬ଟଙ୍କା ବୋଲି କୁହାଯାଉଛି । କରୋନା ରୁ ମୁକ୍ତି ପାଇବାକୁ ଏହି ଟିକାର ଦୁଇଟି ଡୋଜ ନେବାକୁ ହେବ ୨୧ ବ୍ୟବଧାନରେ।

Get real time updates directly on you device, subscribe now.