fbpx

ଦୁଇ ବର୍ଷରେ ବିଜେପିକୁ ମିଳିଲା ସର୍ବାଧିକ ଚାନ୍ଦା, କଂଗ୍ରେସ ଖାତାକୁ ଆସିଲା ୩୧୮ କୋଟି: ରିପୋର୍ଟ

ନୂଆଦିଲ୍ଲୀ: ୨୦୧୯-୨୦ ବର୍ଷରେ ବିଜେପି ସଂଗ୍ରହ କରିଛି ସବୁଠାରୁ ଅଧିକ ଚାନ୍ଦା । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଡାଟା ଜାରି କରାଯାଇଛି । ବିଜେପି ୨୦୧୯-୨୦ ବର୍ଷରେ ଇଲେକ୍ଟୋରାଲ୍ ବଣ୍ଡ ଜରିଆରେ ସର୍ବାଧିକ ୭୬ ପ୍ରତିଶତ ଚାନ୍ଦା ସଂଗ୍ରହ କରିଥିବା ଡାଟା ପ୍ରକାଶ ପାଇଛି । ଏହି ବଣ୍ଡ ଜରିଆରେ ମୋଟ ୩ ହଜାର ୩୫୫ କୋଟି ଟଙ୍କା ଚାନ୍ଦା ରାଜନୈତିକ ପାର୍ଟିକୁ ମିଳିଛି । ଏଥିରୁ କେବଳ ୨ହଜାର ୫୫୫ କୋଟି ଟଙ୍କା ପାଇଛି ଶାସକ ଦଳ ବିଜେପି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ବିଜେପିକୁ ୭୫ ପ୍ରତିଶତ ଲାଭ ହୋଇଛି ୨୦୧୮-୧୯ରେ ଦଳକୁ ବଣ୍ଡ ଜରିଆରେ ୧୪୫୦ କୋଟି ଟଙ୍କା ଚାନ୍ଦା ମିଳିଥିଲା ।

ଅନ୍ୟପଟେ ଇଲେକ୍ଟୋରାଲ୍ ବଣ୍ଡରେ ସବୁଠାରୁ ଅଧିକ କ୍ଷତି କଂଗ୍ରେସକୁ ସହିବାକୁ ପଡ଼ିଛଇ । କାରଣ ଏଥିରେ ବିଜେପିକୁ ସର୍ବାଧିକ ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୩୧୮ କୋଟି ଟଙ୍କା ମିଳିଛି । ଯାହାକୁ ୨୦୧୮-୧୯ ଆର୍ଥିକ ବର୍ଷ ତୁଳାନରେ ୯ ପ୍ରତିଶତ କମ୍ । ତେବେ ୨୦୧୮-୧୯ରେ କଂଗ୍ରେସକୁ ବଣ୍ଡ ଜରିଆରେ ୩୮୩ କୋଟି ଟଙ୍କା ମିଳିଥିଲା । ଏଥିସହିତ ବିଜେପି ଚାନ୍ଦା ତୁଳନାରେ କଂଗ୍ରେସକୁ ୧୭ ପ୍ରତିଶତ କମ୍ ଚାନ୍ଦା ମିଳିଛି ।

ଏହାବ୍ୟତୀତ ବାକି ବିପକ୍ଷ ପାର୍ଟି କଥା ଯଦି କହିବା ତେବେ ମମତା ବାନାର୍ଜୀଙ୍କ ଟିଏମସିକୁ ୧୦୦.୪୬ କୋଟି ଟଙ୍କା, ଶରଦପାୱାର୍ ଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ୨୯.୨୫ କୋଟି, ଶିବସେନାକୁ ୪୧ କୋଟି, ଡିଏମକେ କୁ ୨୦୫ କୋଟି ଟଙ୍କା ଚାନ୍ଦା ମିଳିଛି । ଏହି କ୍ଷେତ୍ରରେ ବିଜେପିର ଚାନ୍ଦା କଥା ଯଦି କହିବା ତେବେ ବଣ୍ଡ ଜରିଆରେ ଦଳକୁ ଦୁଇଗୁଣ ଅଧିକ ଚାନ୍ଦା ମିଳିଛି ।

Get real time updates directly on you device, subscribe now.