fbpx
BJD
BJD SKY
BJD SKY

ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ହଟିଲା: ଲଢ଼ିବେ ଆଗାମୀ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାସରେ ବିଭିନ୍ନ ପର୍ଯ୍ୟାୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେନେଇ ପ୍ରମୁଖ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ସହିତ କ୍ଷମତା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନର ଫଳାଫଳ ବେଶ୍ ମହତ୍ତ୍ୱ ରଖୁଛି । ନିର୍ବାଚନ ପୂର୍ବରୁ କିଛି ନେତା ଦଳ ବଦଳ କରୁଥିବା ଦେଖାଯାଉଛି ।

ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତେବେ ଏହା ମଧ୍ୟରେ ବିଜେପି ଶିବିରରୁ ଆସିଛି ଏକ ବଡ଼ ଖବର । ନିର୍ବାଚନ ପୂର୍ବରୁ ବିଜେପିର ଜଣେ ବିଧାୟକଙ୍କ ଉପରୁ ନିଲମ୍ବନ ଉଠାଇ ନିଆଯାଇଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପିର ଏକମାତ୍ର ବିଧାୟକ ଭାବେ ଜିତିଥିବା ଟି. ରାଜା ସିଂହଙ୍କ ଉପରୁ ଦଳର ଶୃଙ୍ଖଳା କମିଟି ନିଲମ୍ବନ ନିର୍ଦ୍ଦେଶ ଉଠାଇ ନେଇଛି ।

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଗତବର୍ଷ ଅଗଷ୍ଟ ମାସରେ ରାଜା ଗିରଫ ହୋଇଥିଲେ । ଏହାପରେ ବିଜେପିରୁ ରାଜାଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ନିର୍ବାଚନକୁ ଆଉ ମାତ୍ର ୩୦ ଦିନ ବାକି ଥିବା ବେଳେ ତାଙ୍କ ଉପରୁ ନିଲମ୍ବନ ହଟାଇ ନିଆଯାଇ ଥିବାରୁ ରାଜା ଏନେଇ ଦଳର ଶୀର୍ଷନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ରାଜାଙ୍କ ଉପରୁ ନିଲମ୍ବନ ଉଠାଇ ନିଆଯିବା ସହିତ ତାଙ୍କୁ ଗୋଶମାହଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।

Get real time updates directly on you device, subscribe now.