fbpx

ଦୁର୍ଗାପୂଜା ବେଳେ ଅଘଟଣ; ପଶ୍ଚିମବଙ୍ଗରେ ୨ ଓଡ଼ିଆ ମୃତ, ୫ ଗୁରୁତର

ଓଡିଶା ଭାସ୍କର; ଦୁର୍ଗାପୂଜା ବେଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି ୭ ଜଣ ଓଡ଼ିଆ ଯାତ୍ରୀ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଗାପୂଜା ଅବସରେ ପଶ୍ଚିମବଙ୍ଗକୁ ବୁଲିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ୭ ଜଣ ପଶ୍ଚିମବଙ୍ଗ ରାଣୀଗଞ୍ଜକୁ କାର୍ ଯୋଗେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ୧୬ନମ୍ବର ଜାତୀୟ ରାଜପଥର ନାରାୟଣଗଡଠାରେ ଏକ ଟ୍ରକ୍ ସହ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ କ୍ଷୀରୋଦ ପ୍ରଧାନ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି । ଚିକିତ୍ସା ଲାଗି ୫ଜଣ ଗୁରତରଙ୍କୁ ପଶ୍ଚିମବଙ୍ଗ ମେଦିନାପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.