fbpx

ପୃଥିବୀର ନିକଟତର ଏହି ଗ୍ରହରେ ହୋଇଥାଏ ହୀରା ବର୍ଷା, ଜାଣନ୍ତୁ କିପରି ପ୍ରାକୃତିକ ରୂପରେ ତିଆରି ହୋଇଥାଏ ହୀରା

ନୂଆଦିଲ୍ଲୀ: ହୀରା ପୃଥିବୀ ପୃଷ୍ଠକୁ କିପରି ଆସିଛି ଏହାକୁ ନେଇ ଆଜି ବି ଏହାକୁ ନେଇ ସ୍ପଷ୍ଟ ଭାବରେ କିଛି କୁହାଯାଇପାରିବ ନାହିଁ । କିଛି ଲୋକଙ୍କ ମତ ପୃଥିବୀକୁ ଉଲ୍‌କା ପିଣ୍ଡ ସହ ହୀରା ଆସିଛି । ଆଉ କିଛି ଲୋକ କହନ୍ତି ଏହା ପୃଥିବୀର ଗର୍ଭରେ ହିଁ ସୃଷ୍ଟି ହୋଇଥାଏ । ପୃଥିବୀ ବ୍ୟତିତ ଏହି ବ୍ରହ୍ମାଣ୍ଡରେ ବହୁତ ଗ୍ରହ ରହିଛି କିନ୍ତୁ ଆମେ ସବୁ ଗ୍ରହ ବିଷୟରେ ବିସ୍ତୃତ ଭାବରେ ଜାଣି ନ ଥାଉ । ଆଜି ଆମେ ଏପରି ଗ୍ରହ ବିଷୟରେ କହିବୁ ଯେଉଁଠି ଖାଲି ହୀରା ହିଁ ହୀରା ।

ଏହି ଦୁଇ ଗ୍ରହ ହେଉଛନ୍ତି ନେପଚୁନ୍ ଓ ୟୁରାନସ୍ । ନେପଚୁନ୍ ପୃଥିବୀ ଠାରୁ ପ୍ରାୟ୧୫ ଗୁଣ ବଡ ହୋଇଥିବା ବେଳେ ୟୁରାନସ୍ ପ୍ରାୟ ୧୭ ଗୁଣ ବଡ । ଏହି ଦୁଇ ଗ୍ରହର ବାତାବରଣ ଏପରି କି ଏଠାରେ ଖାଲି ହୀରା ହିଁ ହୀରା ନିର୍ମାଣ ହୋଇଥାଏ ।

ପ୍ରକୃତରେ ଏହି ଦୁଇ ଗ୍ରହରେ ମିଥେନ୍ ଗ୍ୟାସ୍ ଅଧିକ ମାତ୍ରାରେ ନିର୍ମାଣ ହୋଇଥାଏ । ମିଥେନ୍‌ରେ ହାଇଡ୍ରୋଜେନ୍ ଓ କାର୍ବନ ରହିଥାଏ । ଏହାର ରାସାୟନିକ ସୂତ୍ର CH₄ ହୋଇଥାଏ । ଯେତେବେଳେ ଏହି ଦୁଇ ଗ୍ରହରେ ମିଥେନ୍ ଗ୍ୟାସର ଚାପ ସୃଷ୍ଟି ହୋଇଥାଏ ସେତେବେଳେ ହାଇଡ୍ରୋଜେନ୍ ଓ କାର୍ବନର ବଣ୍ଡ ଭାଙ୍ଗି ଯାଇଥାଏ ଓ ଏହାପରେ କାର୍ବନ ହୀରାରେ ବଦଳି ଯାଇଥାଏ ଓ ସେଠାରେ ହୀରାର ବର୍ଷା ହୋଇଥାଏ ।

ଏହି ୨ ଗ୍ରହ ପୃଥିବୀ ଠାରୁ ପୁରା ଅଲଗା । ଏଠାରେ ମଣିଷ କ’ଣ ପୃଥିବୀର କୌଣସି ବି ଜୀବ ତିଷ୍ଠି ରହି ପାରିବ ନାହିଁ । ଏଠାରେ ଜୀବନର ସମ୍ଭାବନା ଜିରୋ ଅଟେ । ଏଠାରେ ତାପମାତ୍ରା ଶୂନରୁ ୨୦୦ ଡିଗ୍ରୀ ସେଲସିୟସ ତଳକୁ ରହିଥାଏ ।

Get real time updates directly on you device, subscribe now.