fbpx

ଲଙ୍କାରେ ନୁହେଁ,ଏହି ଗାଁରେ ଜନ୍ମ ହୋଇଥିଲେ ରାବଣ

ଓଡିଶା ଭାସ୍କର : ରାବଣଙ୍କ ଜନ୍ମକୁ ନେଇ ଅନେକ ପ୍ରକାର ରହସ୍ୟ ରହିଛି । ବିଭିନ୍ନ ପ୍ରକାର ବିଶେଷଜ୍ଞ ରାବଣର ଜନ୍ମକୁ ନେଇ ବିଭିନ୍ନ ପ୍ରକାର କଥା କହିଥାନ୍ତି । ତାଙ୍କ ଜନ୍ମସ୍ଥାନକୁ ମଧ୍ୟ ଭିନ୍ନ ଭିନ୍ନ କହିଥାନ୍ତି । ଏପରି ମଧ୍ୟ କୁହାଯାଏ ରାବଣର ଜନ୍ମ ଉତ୍ତରପ୍ରଦେଶର ଏକ ଗାଁରେ ହୋଇଥିଲା । ରାବଣର ଜନ୍ମ ଉତ୍ତରପ୍ରଦେଶର ଗୋତମବୃଦ୍ଧନଗର ଜିଲ୍ଲାରେ ବିଶରଖ ଗାଁ ରେ ହୋଇଥିଲା । ବିଜୟା ଦଶମୀ ଦିନ ଏହି ଗାଁର ଲୋକମାନେ ରାବଣକୁ ଦହନ କରନ୍ତି ନାହିଁ । ସେମାନେ ଏହି ଦିନ ଶୋକ ପାଳନ କରନ୍ତି ।

ତେବେ ବିଶରଖ ଗାଁରେ ରାବଣର ଏକ ମନ୍ଦିର ମଧ୍ୟ ଅଛି । ଏହା ପରେ ରାବଣ କୁବେରଙ୍କୁ ହରାଇ ଲଙ୍କାରେ ତାଙ୍କର ଅଧିକକାର ଜମାଇଥିଲେ । ଦଶହରା ସମୟରେ ରାମଙ୍କ ବିଜୟ ପାଇଁ ସାରା ଦେଶରେ ବିଜୟା ଦଶମୀ ପାଳନ କରାଯାଏ । ଏହି ଗାଁରେ ହେଉଥିବା ରାମଳୀଳା କେବେ ଶେଷ ହୋଇନଥାଏ । ଯଦି ଏପରି କରାଯାଏ ତେବେ ରାବଣ କ୍ରୋଧ କରିବେ ବୋଲି ଏହି ଗାଁରେ ମାନ୍ୟତା ରହିଛି । ଏହି ଗ୍ରାମରେ ଅନେକ ଶିବ ଲିଙ୍ଗ ମନ୍ଦିର ଦେଖିବାକୁ ପାଇବେ ଯାହା ରାବଣ ଦ୍ୱାରା ପୂଜା କରାଯାଉଥିଲା ।

Get real time updates directly on you device, subscribe now.