fbpx

India vs New zealand match; ଭାରତ ସମ୍ମୁଖରେ ୨୭୪ ରନର ଟାର୍ଗେଟ

ଓଡିଶା ଭାସ୍କର; ୨୦୨୩ ବିଶ୍ୱକପକୁ ନେଇ ଭଲ ପଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି ମହାଲଢେଇରେ ଅଦ୍ୟପି କୌଣସି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇନାହିଁ ଭାରତ । ନିଜର ବୋଲି, ବ୍ୟାଟିଂ ସହ ଅନ୍ୟ ସବୁଥିରେ ସୁନ୍ଦର ବାତାବରଣ ରଖିଛି ଇଣ୍ଡିଆ ଟିମ୍ । ତେବେ ଆଜି ଧର୍ମଶାଳାରେ ଖେଳା ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ସମ୍ମୁଖରେ ୨୭୪ ରନର ଟାର୍ଗେଟ ରହିଛି । ପ୍ରଥମେ ଟସ ଜିତି ବୋଲିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଏହାପରେ ବିପକ୍ଷ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୫୦ ଓଭରରେ ସମସ୍ତ ୱିକେଟ ହରାଇ ମୋଟ ୨୭୩ ରନ ସଂଗ୍ରହ କରିପାରିଛି ।

ସୂଚନା ଥାଉକି, ନ୍ୟୁଜିଲାଣ୍ଡ ଆରମ୍ଭରୁ ୨ଟି ୱିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୯ ରନ ଥିବା ବେଳେ ଦୁଇ ଓପନର ଦେୱନ କନୱେ ଓ ୱିଲ ୟଙ୍ଗଙ୍କ ୱିକେଟ ହରାଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଦମଦାର ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମିଚେଲ ଦଳକୁ ୧୩୦ ରନ ଯୋଗାଇ ଦେଇଥିବା ବେଳେ ଶେଷ ଓଭରରେ ମହମ୍ମଦ ସମିଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ରବୀନ୍ଦ୍ର ଦଳକୁ ମୋଟ ୭୫ ରନ ଯୋଗାଇ ଦେଇଥିଲେ । ଅପରପକ୍ଷେ ମହମ୍ମଦ ଶାମି ଭାରତ ପାଇଁ ପାଞ୍ଚ ୱିକେଟ ନେଇଥିଲେ ଏବଂ କୁଲଦୀପ ଯାଦବ ଦୁଇଟି ୱିକେଟ ନେଇଥିଲେ । ସେହିପରି ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Get real time updates directly on you device, subscribe now.