fbpx
BSKY
BJD YOUTH SKY
BJD MS SKY

ବିଶ୍ୱବାସୀଙ୍କୁ ସାହା ହେଲା ‘ଅପରେସନ ଅଜୟ’: ଇସ୍ରାଏଲରୁ ଦେଶକୁ ଫେରିଲେଣି ୧୨୦୦ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଣ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପାଲେଷ୍ଟାଇନରେ ୪୪୦୦ ଲୋକ ଓ ଇସ୍ରାଏଲରେ ୧୪୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

ଭାରତ ସରକାର ‘ଅପରେସନ ଅଜୟ’ ମାଧ୍ୟମରେ ନିଜ ଦେଶର ନାଗରିକଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶକୁ ସୁରକ୍ଷିତ ଭାବେ ଫେରାଇ ଆଣୁଛନ୍ତି । ଆଜି ଦୁଇଜଣ ନେପାଳୀ ଓ ୪ ଜଣ ଶିଶୁଙ୍କ ସହିତ ମୋଟ ୧୪୩ ଜଣ ଲୋକଙ୍କୁ ନେଇ ଏକ ବିମାନ ଭାରତ ଅଭିମୁଖେ ଉଡ଼ାଣ ଭରିଛି । ଗତ ୭ ତାରିଖରେ ହମାସ ଆକ୍ରମଣ ପରେ ଇସ୍ରାଏଲରୁ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତ ସରକାର ୧୨ ତାରିଖରେ ‘ଅପରେସନ ଅଜୟ’ ଶୁଭାରମ୍ଭ କରିଥିଲେ ।

ତେବେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ସ୍ୱତନ୍ତ୍ର ଅଭିଯାନ ଦ୍ୱାରା କେବଳ ଭାରତୀୟ ନୁହନ୍ତି, ଅନ୍ୟ ଦେଶର ନାଗରିକମାନେ ମାନେ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରି ପାରିଛନ୍ତି । ଭାରତୀୟ ନାଗରିକଙ୍କ ସହିତ ବିମାନରେ ନେପାଳର ନାଗରିକମାନେ ମଧ୍ୟ ସ୍ୱଦେଶକୁ ଫେରୁଛନ୍ତି । ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ସୌଭାଗ୍ୟର କଥା ।

ତେବେ ଏହା ପ୍ରଥମ ଥର ନୁହେଁ, ଗତ ବର୍ଷ ଋଷ-ୟୁକ୍ରେନ ସୁଦ୍ଧ ସମୟରେ ଭାରତ ସରକାର ‘ଅପରେସନ ଗଙ୍ଗା’ ଆରମ୍ଭ କରିଥିଲେ । ସେ ସମୟରେ ଭାରତ ସରକାର ନେପାଳ, ତୁର୍କୀ, ବାଂଲାଦେଶ ଓ ପାକିସ୍ତାନର ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିଥିଲେ । ସେଥିପାଇଁ ଏହି ସମସ୍ତ ରାଷ୍ଟ୍ରମାନେ ଭାରତ ସରକାରଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ । ବିଭିନ୍ନ ସମୟରେ ଭାରତ ସରକାରଙ୍କ ପକ୍ଷରୁ ଜାରି ସ୍ୱତନ୍ତ୍ର ଅଭିଯାନ ଦ୍ୱାରା ବିଶ୍ୱବାସୀ ଉପକୃତ ହେବା ଦେଶ ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ ।

Get real time updates directly on you device, subscribe now.