fbpx
BSKY SKY
BSKY SKY

(video)ଗଛ ହଲାଇବା ପରେ ଫଳ ପରିବର୍ତ୍ତେ ଖସିଲା ଟଙ୍କା? ଏହି ଭିଡିଓ ଦେଖିବା ପରେ ଆପଣଙ୍କର ବି ବୁଦ୍ଧି ହଜିିଯିବ

BSKY

ବେଳେ ବେଳେ କେହି ଅଯଥାରେ ପଇସା ବରବାଦ କଲେ ଆମେ କହିଥାଉ ଏପରି ପାଣି ପରି କାହିଁକି ପଇସା ଖର୍ଚ୍ଚ କରୁଛ? ପଇସା କ’ଣ ଗଛରେ ଫଳୁଛି ? କିନ୍ତୁ ସତରେ ଯଦି ଏକ ଗଛରୁ ପଇସା ତଳକୁ ଖସୁଥିବାର ଆପଣ ଦେଖିବେ ତେବେ? ଏହା ଆପଣଙ୍କୁ ନିଶ୍ଚୟ ଅବିଶ୍ୱାସଯୋଗ୍ୟ ମନେ ହେବ । କିନ୍ତୁ ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଘୁରି ବୁଲୁଛି ଯେଉଁଥିରେ ଜଣେ ବ୍ୟକ୍ତି ଗଛକୁ ହଲାଇବା ମାତ୍ରେ ସେଥିରୁ ପଇସା ତଳକୁ ଖସୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଏହା ପଛରେ ଯାହା ସତ୍ୟତା ରହିଛି ତାହା ଜାଣିଲେ ଆପଣ ନିଜ ହସ ଅଟକାଇ ପାରିବେ ନାହିଁ ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଏକ ଗଛକୁ ଗୋଡରେ ଧକ୍କା ମାରୁଛନ୍ତି । ଯେତେବେଳେ ସେ ଗଛକୁ ଏପରି ଧକ୍କା ମାରୁଛନ୍ତି ସେତେବେଳେ ଗଛ ଉପରୁ ନୋଟ୍ ଖସୁଛି । ଏହାପରେ ବ୍ୟକ୍ତି ତଳେ ପଡିଥିବା ଟଙ୍କାକୁ ସାଉଁଟିବାର ଦେଖାଯାଉଛି । ଏହି ଗଛଟି ସଡକ କଡରେ ରହିଥିବାର ଦେଖିବାକୁ ମିଳୁଛି । ବ୍ୟକ୍ତିଙ୍କର ଏପରି କାର୍ଯ୍ୟକୁ ସଡକରେ ଯାଉଥିବା ଅନ୍ୟଲୋକମାନେ ବି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ବ୍ୟକ୍ତି ଜଣକ ପୁନର୍ବାର ଗଛକୁ ଗୋଡରେ ଧକ୍କା ମାରିବା ପରେ ସେହି ଏକା ଘଟଣା ଘଟୁଛି । ସେ ଉପରୁ ପଡୁଥିବା ପଇସାକୁ ଗୋଟାଇ ସେଠାରୁ ଆଗକୁ ଚାଲି ଯାଉଛନ୍ତି ।

କିନ୍ତୁ ଏହାପରେ ଆଉ ଜଣେ ବ୍ୟକ୍ତି ତାଙ୍କୁ ଦେଖି ଗଛ ପାଖକୁ ଆସି ଦୁଇ ହାତରେ ଗଛକୁ ହଲାଉଛି । ଏହି ସମୟରେ ତାଙ୍କ ଉପରେ ପଇସା ପରିବର୍ତ୍ତେ ପାଣି ପଡୁଥିବାର ଦେଖାଯାଉଛି । ଏହାପରେ ବ୍ୟକ୍ତି ଜଣକ ରାଗରେ ଗଛ ଉପରକୁ ଚାହିଁ ଯାହା ଦେଖିଛନ୍ତି ସେଥିରେ ତାଙ୍କ ହୋସ୍ ଉଡିଯାଇଛି । ସେ ଦେଖିଛନ୍ତି ଉପରେ ଜଣେ ବ୍ୟକ୍ତି ବସି ରହିଛି ଓ ଏହା ସେମାନଙ୍କର ଏକ ପ୍ରାଙ୍କ । ଏହା ଦେଖିବା ପରେ ସେଠାରେ ଥିବା ଲୋକକମାନେ ହସି ହସି ବେଦମ ହୋଇଛନ୍ତି ।

Get real time updates directly on you device, subscribe now.