fbpx

ଆବୁଧାବି ମାଷ୍ଟର୍ସ ଟାଇଟଲ ଜିତିଲା ଭାରତ: ମହିଳା ବ୍ୟାଡମିଣ୍ଟନ ଡବଲ୍ସରେ କମାଲ କଲେ ଅଶ୍ୱିନୀ ଓ ତନିଶା

ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡମିଣ୍ଟନ ଯୋଡ଼ି କମାଲ କରିଛନ୍ତି । ଆବୁଧାବି ମାଷ୍ଟର୍ସ ୨୦୨୩ ଟାଇଟଲ ହାସଲ କରିଛି ଭାରତ । ଭାରତୀୟ ମହିଳା ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ତାନିଶା କ୍ରାଷ୍ଟୋ ଏହି ସଫଳତା ହାସଲ କରିଛନ୍ତି । ଡେନମାର୍କର ମହିଳା ଯୋଡ଼ି ଜୁଲି ଫିନ୍ନେ-ଇସ୍ପେନ ଓ ମାଇ ସୁରୋଙ୍କୁ ଭାରତୀୟ ଯୋଡ଼ି ୨୧-୧୬, ୧୬-୨୧, ୨୧-୮ ସେଟରେ ପରାସ୍ତ କରିଥିଲେ ।

ସେମିଫାଇନାଲରେ ଅଶ୍ୱିନୀ-ତନିଶାଙ୍କ ଯୋଡ଼ି ଅନ୍ୟ ଭାରତୀୟ ଯୋଡ଼ି ସିକ୍କି ରେଡ୍ଡୀ-ଆରତୀ ସାରା ସୁନିଲଙ୍କୁ ୨୧-୧୨, ୨୧-୧୮ ସେଟରେ ପରାସ୍ତ କରିଥିଲୋ । ଗତ ୪ ବର୍ଷ ଧରି ଏହି ୪ ଜଣ କ୍ରୀଡ଼ାବିତ ପରସ୍ପର ସହ ଖେଳିବା ସହିତ ପ୍ରତ୍ୟେକ ଖେଳାଳି ଅନ୍ୟ ଖେଳାଳିଙ୍କର ଗେମ୍ସକୁ ଭଲ ଭାବେ ଜାଣିଥିଲେ । ଭାରତ ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ ଓ ମହିଳା ଡବଲ୍ସରେ ସେମିରେ ପହଞ୍ଚିଥିଲା ।

ଏହା ପୂର୍ବରୁ ମଧ୍ୟ ଭାରତୀୟ ମହିଳା ଯୋଡ଼ି ଅଶ୍ୱିନୀ ଓ ତାନିଶା ସଫଳତା ହାସଲ କରିଥିଲେ । ଗତ ଜୁନ ମାସରେ ସମାପ୍ତ ହୋଇଥିବା ନାଣ୍ଟେସ ଇଣ୍ଟରନ୍ୟାସନାଲ ଚାଲେଞ୍ଜ ଟାଇଟଲ ହାସଲ କରିଥିଲେ ଭାରତୀୟ ଯୋଡ଼ି । ଅଶ୍ୱିନୀ-ତାନିଶା ପ୍ରତିପକ୍ଷ ଚାଇନିଜ ତାଇପେଇର ହଙ୍ଗ ଏନ-ଟିଜୁ ଓ ଲିନ ୟୁ-ପେଇ ଯୋଡ଼ିଙ୍କୁ ମାତ୍ର ୩୧ ମିନିଟ୍ ସମୟ ବ୍ୟବଧାନରେ ୨୧-୧୫, ୨୧-୧୪ ସେଟରେ ପରାସ୍ତ କରିଥିଲେ ।

ସୂଚନାଯୋଗ୍ୟ ଯେ, ନିକଟରେ ସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରୀଡ଼ାବିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହିତ ଦେଶ ପାଇଁ ରେକର୍ଡ ସଂଖ୍ୟକ ପଦକ ଜିତିଥିଲେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ଆଥଲେଟମାନଙ୍କୁ ବହୁତ ପ୍ରଶଂସା କରିଥିଲେ । ଏସୀୟ କ୍ରୀଡ଼ାରେ ଭାରତ ଏଥର ସମସ୍ତ ରେକର୍ଡ ଭାଙ୍ଗିଥିଲା । ଭାରତ ଏଥର ମୋଟ ୧୦୭ଟି ପଦକ (୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ) ଜିତିଥିଲା ।

Get real time updates directly on you device, subscribe now.