fbpx
BSKY SKY
BSKY SKY

ଗଗନଯାନରେ ମହିଳା ବୈଜ୍ଞାନୀକଙ୍କୁ ମହାକାଶ ପଠାଇବାକୁ ଚାହୁଁଛି ଇସ୍ରୋ,୨୦୩୫ ମଧ୍ୟରେ ସ୍ପେସ ଷ୍ଟେସନ ସ୍ଥାପନା କରିବାକୁ ଲକ୍ଷ

BSKY

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ଅର୍ଥାତ ଇସ୍ରୋ ମନୁଷ୍ୟକୁ ମହାକାଶକୁ ପଠାଇବାକୁ ତାହାର ସବୁଠାରୁ ବଡ ପ୍ରେଜେକ୍ଟ ଗଗନ ଯାନକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହାରି ମଧ୍ୟରେ ଏହାର ଟେଷ୍ଟ ପ୍ଲାଇଟ ମଧ୍ୟ ସଫଳ ହୋଇଛି । ଇସ୍ରୋର ଚିଫ ସୋମନାଥ କହିଛନ୍ତି ସେ ଦେଶର ମହାକାଶ ମାନବ ମିଶନରେ ଫାଇଟର ଜେଟ ପାଇଲଟ କିମ୍ବା ବୈଜ୍ଞାନୀକମାନଙ୍କୁ ସେ ମହାକାଶକୁ ପଠାଇବାକୁ ଚାହୁଛନ୍ତି । ମହାକାଶ ଏଜେନ୍ସି ପ୍ରମୁଖ ସୋମନାଥ କହିଛନ୍ତି ଇସ୍ରୋ ତାହାର ବହୁ ପ୍ରତିକ୍ଷିତ ମାନବ ମହାକାଶକୁ ଉଡିବାକୁ ଥିବା ଗଗନଯାନ ମିଶନ ପାଇଁ ମହିଳା ଲଢୁଆ ବିମାନର ପାଇଲଟ କିମ୍ବା ମହିଳା ବୈଜ୍ଞାନୀକମାନଙ୍କୁ ପ୍ରଥମିକତା ଦେବେ । ଏବଂ ଭବିଷ୍ୟତରେ ତାଙ୍କୁ ମହାକାଶକୁ ପଠାଇବାକୁ ଚାହୁଁଛନ୍ତି ।

ଏହା ସହ ଇସ୍ରୋ ଏହା ମଧ୍ୟ କହିଛି ଆସନ୍ତା ବର୍ଷ ଇସ୍ରୋ ମହିଳାଙ୍କ ପରି ଦେଖା ଯାଉଥିବା ରୋବର୍ଟ ମହାକାଶକୁ ପଠାଇବ । ଏହି ମିଶନରେ ମନୁଷ୍ୟକୁ ୩ ଦିନ ପାଇଁ ମହାକାଶକୁ ପଠାଯିବ । ଏଥିରେ ପୃଷ୍ଟରୁ ୪୦୦ କିଲୋମିଟର ନିମ୍ନ କକ୍ଷକୁ ପଠାଇବା ସହିତ ସେମାନଙ୍କୁ ସୁରକ୍ଷିତ ଭାବରେ ପୁଣି ପୃଥିବୀ ପୃଷ୍ଟକୁ ଆଣିବା ।

ସୋମନାଥଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଗଗନ ଯାନରେ କ’ଣ ପାଇଁ ଆପଣ ମହିଳାଙ୍କୁ ପଠାଇବାକୁ ଚାହୁଁ ଛନ୍ତି ତେବେ ସେ ଉତ୍ତରରେ କହିଥିଲେ, ଗଗନଯାନର ସଫଳ ପରିକ୍ଷଣ ପରେ ତାଙ୍କ ମୁଣ୍ଡରେ ମହିଳାଙ୍କ ପାଇଁ ଚିନ୍ତା ଆସିଥିଲା । ଏଥି ପାଇଁ ସେ ଫ୍ଲାଇଟର ପାଇଲଟ ଏବଂ ମହିଳା ବୈଜ୍ଞାନୀକ ମାନଙ୍କୁ ଚୟନ କରିବାକୁ କହିଛନ୍ତି ଏବଂ ସେ କହିଛନ୍ତି ମାନବ ମିଶନ ୨୦୨୫ରୁ ଆରମ୍ଭ ହେବ । ଏହା ଛଡା ସେ କହିଛନ୍ତି ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ପରିଚାଳନା କରୁଥିବା ସ୍ପେସ ଷ୍ଟେସନ ସ୍ଥାପିତ ହେବ ।

Get real time updates directly on you device, subscribe now.