fbpx

ଭାରତ ପାଇଁ ଗର୍ବର ବିଷୟ: ୧୬ ବର୍ଷର ଝିଅ ଉନ୍ନତି ବ୍ୟାଡମିଣ୍ଟନ ଚାମ୍ପିୟନ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ଖୁସି ଖବର । ୧୬ ବର୍ଷର ଜଣେ ଝିଅ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି । ଆବୁଧାବି ମାଷ୍ଟର୍ସରେ ୧୬ ବର୍ଷୀୟ ଝିଅ ଉନ୍ନତି ହୁଦା ମହିଳା ସିଙ୍ଗଲସ ଟାଇଟଲ ହାସଲ କରିଛନ୍ତି । ଉନ୍ନତି ତାଙ୍କର ପ୍ରତିପକ୍ଷ ଭାରତୀୟ ବ୍ୟାଡମିଣ୍ଟନ ତାରକା ଇମାନ ସାମିୟାଙ୍କୁ ଫାଇନାଲରେ୨୧-୧୬, ୨୨-୨୦ ସେଟରେ ପରାସ୍ତ କରିଥିଲେ ।

ଏହା ପୂର୍ବରୁ ଆବିଧାବିରେ ବ୍ୟାଡମିଣ୍ଟନରେ ଭାରତୀୟ ମହିଳା ଯୋଡ଼ି କମାଲ କରିଥିଲେ । ଭାରତୀୟ ମହିଳା ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ତାନିଶା କ୍ରାଷ୍ଟୋ ମହିଳା ଡବଲ୍ସରେ ଟାଇଟଲ ହାସଲ କରିଥିଲେ । ଡେନମାର୍କର ମହିଳା ଯୋଡ଼ି ଜୁଲି ଫିନ୍ନେ-ଇସ୍ପେନ ଓ ମାଇ ସୁରୋଙ୍କୁ ଭାରତୀୟ ଯୋଡ଼ି ୨୧-୧୬, ୧୬-୨୧, ୨୧-୮ ସେଟରେ ପରାସ୍ତ କରିଥିଲେ ।

ସେମିଫାଇନାଲରେ ଅଶ୍ୱିନୀ-ତନିଶାଙ୍କ ଯୋଡ଼ି ଅନ୍ୟ ଭାରତୀୟ ଯୋଡ଼ି ସିକ୍କି ରେଡ୍ଡୀ-ଆରତୀ ସାରା ସୁନିଲଙ୍କୁ ୨୧-୧୨, ୨୧-୧୮ ସେଟରେ ପରାସ୍ତ କରିଥିଲୋ । ଗତ ୪ ବର୍ଷ ଧରି ଏହି ୪ ଜଣ କ୍ରୀଡ଼ାବିତ ପରସ୍ପର ସହ ଖେଳିବା ସହିତ ପ୍ରତ୍ୟେକ ଖେଳାଳି ଅନ୍ୟ ଖେଳାଳିଙ୍କର ଗେମ୍ସକୁ ଭଲ ଭାବେ ଜାଣିଥିଲେ । ପୂର୍ବରୁ ଭାରତ ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ ଓ ମହିଳା ଡବଲ୍ସରେ ସେମିରେ ପହଞ୍ଚିଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ସମାପ୍ତ ହୋଇଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରୀଡ଼ାବିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହିତ ଦେଶ ପାଇଁ ରେକର୍ଡ ସଂଖ୍ୟକ ପଦକ ଜିତିଥିଲେ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ଆଥଲେଟମାନଙ୍କୁ ବହୁତ ପ୍ରଶଂସା କରିଥିଲେ । ଏସୀୟ କ୍ରୀଡ଼ାରେ ଭାରତ ଏଥର ସମସ୍ତ ରେକର୍ଡ ଭାଙ୍ଗିଥିଲା । ଭାରତ ଏଥର ମୋଟ ୧୦୭ଟି ପଦକ (୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ) ଜିତିଥିଲା ।

Get real time updates directly on you device, subscribe now.