fbpx
BSKY SKY
BSKY SKY

୬ ଜଣ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।

ତେବେ ନିକଟରେ ବିଜେଡି ସଂଗଠନରେ ଅନେକ ନେତାଙ୍କୁ ନିଯୁକ୍ତି ମିଳିଥିବା ବେଳେ ଏବେ ପୁଣି କିଛି ନେତାଙ୍କୁ ନୂଆ ଦାୟିତ୍ୱ ବଣ୍ଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କୁଳମଣି ସାମଲଙ୍କୁ ବିଜେଡିର ରାଜ୍ୟ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଶାଶ୍ୱତୀ ମିଶ୍ରଙ୍କୁ ଆସ୍କା ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବାଙ୍ଗିରିପୋଷି ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ, ସୌମ୍ୟଜିତ ମହାପାତ୍ରଙ୍କୁ ବାଲିକୁଦା-ଏରସମା ବିଧାନସଭା କ୍ଷେତ୍ର ସଂଯୋଜକ, ସଂଗ୍ରାମ ମନ୍ତ୍ରୀଙ୍କୁ ନୟାଗଡ଼ ବିଧାନସଭା କ୍ଷେତ୍ର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଭାବେ ଶିଖା ଉମେଶ ସ୍ୱାଇଁଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.