fbpx

କମଲନାଥଙ୍କ ମନ୍ତବ୍ୟକୁ ନିନ୍ଦା କଲା ବିଜେପି, କହିଲେ ସୋନିଆ ଗାନ୍ଧୀ କାହିଁକି ଚୁପ ?

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ‘ଭାରତ ବଦନାମ ହେଉଛି’ ବୟାନକୁ ନେଇ ବିଜେପି ତାଙ୍କୁ କଡାସମାଲୋଚନା କରିଛି । ବିଜେପି କହିଛି ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କରୋନା ବିରୋଧରେ ଲେଇରେ ଜିତିବା ପାଇଁ ଚେଷ୍ଟା କରୁଥିବାବେଳେ, ଅନ୍ୟ ପଟରେ ବିରୋଧୀ ଏହାକୁ ଦୁର୍ବଳ କରିବାରେ ଲାଗିଛନ୍ତି । କମଲନାଥଙ୍କ ଉକ୍ତ ବୟାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଚୁପ ରହିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ସମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ବିଭିନ୍ନ ସାମ୍ବିଧାନିକ ପଦରେ ରହିସାରିଥିବା ଜଣେ ବ୍ୟକ୍ତି କିଭଳି ଏଭଳି ମନ୍ତବ୍ୟ ଦେଇପାରିବେ ।

କରୋନା ପରିଚାଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କମଲନାଥ ଶୁକ୍ରବାର କହିଥିଲେ ‘ ମୋଦୀ ସରକାରଙ୍କ ଯୋଗୁଁ ଭାରତ ବିଶ୍ୱରେ ମହାନ ହୋଇପାରିନାହିଁ କିନ୍ତୁ ବିଶ୍ୱରେ ଆଜି ଏହାର ନିତି, ବିଫଳତା ଏବଂ ଅବହେଳା ଯୋଗୁଁ ବଦନାମ ହୋଇଛି ।’ ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କରୋନା ବିରୋଧରେ ଲେଇରେ ଜିତିବା ପାଇଁ ୨୪ ଘଣ୍ଟା କାମ କରୁଥିବାବେଳେ, ଅନ୍ୟ ପଟରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଏହାକୁ ଦୁର୍ବଳ କରିବାରେ ଲାଗିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ଭାରତ ମହାନ ନୁହେଁ, ବଦନାମ ଦେଶ କହିବା କଥା ନିନ୍ଦନୀୟ ଏବଂ ଦୁଃଖଦ ଘଟଣା ବୋଲି କହିଛନ୍ତି । ଏହା ସହ ସେ ପ୍ରଶ୍ନ କରିଛନ୍ତି କିପରି ଜଣେ ଭାରତୀୟ ନାଗରିକ ତଥା ଜଣେ ସାମ୍ବିଧାନିକ ପଦରେ ରହିଥିବା ବ୍ୟକ୍ତି ଏଭଳି ହୀନ ମନ୍ତବ୍ୟ ଦେଇପାରେ? ବିଜେପି ମୁଖପାତ୍ର କମଲନାଥଙ୍କ ବୟାନ ଉପରେ କଂଗ୍ରେସର ଶୀର୍ଷ ନେକାଙ୍କର ଚୁପ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ କହିଛନ୍ତି ବୋଧହୁଏ କମଲନାଥ ଯାହା କୁହନ୍ତି ତାହା କଂଗ୍ରେସର ବିଚାରଧାରା ଏବଂ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବିଚାରଧାରା ।

ସେ ଆହୁରି କହିଛନ୍ତି ଏହି ବୟାନକୁ ନେଇ କଂଗ୍ରେସ ଦଳ କାହିଁକି ଚୁପ ରହିଛି ? କ’ଣ ସୋନିଆ ଗାନ୍ଧୀ ବିଶ୍ୱାସ କରୁଛନ୍ତି ଭାରତ ମହାନ ନୁହେଁ? ଭାଟିଆ ଅଭିଯୋଗ କରିଛନ୍ତି ଭାରତକୁ ବଦନାମ କରିବା କଂଗ୍ରେସର ପ୍ରାଥମିକତା ରହିଆସିଛି । ସେ କହିଛନ୍ତି କମଲନାଥଙ୍କ ଏହି ବୟାନ ନିନ୍ଦନୀୟ ଏହି ବୟାନ ଦ୍ୱାରା ଭାରତୀୟଙ୍କ ଭାବନା ଆଘାତ ପାଇଛି । ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସ ଏହାର ଦାୟିତ୍ୱ ଭୁଲିଯାଇଛି । ସେ କହିଛନ୍ତି ସକରାତ୍ମକ ଆଲୋଚନା ପରିବର୍ତ୍ତେ କଂଗ୍ରେସ ନେତମାନେ ଭ୍ରମ ସୃଷ୍ଟି କରିବା ଏବଂ ବାଧା ସୃଷ୍ଟି କରିବା କାର୍ଯ୍ୟ କରୁଛି । କଂଗ୍ରେସକୁ ଆତ୍ମଚିନ୍ତନ କରିବା ଉଚିତ ।’

Get real time updates directly on you device, subscribe now.