fbpx
BSKY
BJD MC SKY
BJD YOUTH SKY

ରାଜ୍ୟସଭାରେ ଆହୁରି ଶକ୍ତିଶାଳୀ ହେବ ବିଜେପି, ପୁଣି ଦୁର୍ବଳ ହେବ କଂଗ୍ରେସ: ୩ ରାଜ୍ୟରେ ପରାଜୟ ବଦଳାଇବ ସମୀକରଣ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପିଡ଼ିଛି । ଅନ୍ୟପକ୍ଷରେ ତେଲେଙ୍ଗାନାର ୧୧୯ଟି ଆସନରୁ ୬୪ଟିରେ ଜିତି ସରକାର ଗଠନ କରିବା ଦଳକୁ ଆଶ୍ୱସ୍ତି ଦେଇଛି । ତେବେ ବିଜେପି ମଧ୍ୟପ୍ରଦେଶରେ ୧୬୪ଟି, ରାଜସ୍ଥାନରେ ୧୧୫ଟି ଓ ଛତିଶଗଡ଼ରେ ୫୪ଟି ଆସନ ପାଇଁ ବହୁମତ ହାସଲ କରିଛି ।

ତେବେ ପୂର୍ବରୁ କ୍ଷମତାରେ ରହିଥିବା ୩ଟି ରାଜ୍ୟ ହରାଇବା ଏବେ କଂଗ୍ରେସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଧାନସଭାରେ କୌଣସି ଦଳର ସଦସ୍ୟ ସଂଖ୍ୟା ବଢ଼ିଲେ ରାଜ୍ୟସଭାର ସିଟ୍ ସଂଖ୍ୟା ବୃଦ୍ଧି ପାଇଥାଏ । ୩ଟି ରାଜ୍ୟରେ ବିଜୟ ପରେ ଏବେ ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ବଢ଼ିବାକୁ ଯାଉଥିବା ବେଳେ କଂଗ୍ରେସର ହ୍ରାସ ପାଇବ । ଏହି ୩ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ରହିଥିବା ବେଳେ ବିଜେପି ପାଖରେ ଅଧିକ ଆସନ ରହିଛି । ମଧ୍ୟପ୍ରଦେଶରେ ୧୧ଟି ଆସନରୁ ବିଜେପି ପାଖରେ ୮ ଓ କଂଗ୍ରେସ ପାଖରେ ୩, ରାଜସ୍ଥାନର ୧୦ଟି ଆସନ ମଧ୍ୟରୁ ବିଜେପି ପାଖରେ ୪ ଓ କଂଗ୍ରେସ ପାଖରେ ୬, ଛତିଶଗଡ଼ର ୫ଟି ଆସନ ମଧ୍ୟରୁ ବିଜେପି ପାଖରେ ୧ ଓ କଂଗ୍ରେସ ପାଖରେ ୪ଟି ଆସନ ରହିଛି ।

ତେବେ ଆସନ୍ତା ୨୦୨୬ ରାଜ୍ୟସଭା ନିର୍ବାଚନ ସମୟରେ ଏହି ସିଟ୍ ସଂଖ୍ୟା ବଦଳିବାକୁ ଯାଉଛି । ବର୍ତ୍ତମାନ ରାଜ୍ୟସଭାରେ ବିଜେପି ନିକଟରେ ୯୪ଟି ଆସନ ସମେତ ଏନଡିଏ ପାଖରେ ୧୦୮ଟି ସିଟ୍ ରହିଛି । କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ପରାଜୟର ଦ୍ୱାର ଦେଖିଥିଲେ ହେଁ ତେଲେଙ୍ଗାନାରେ କମାଲ୍ କରିଛି । ସେଠାରେ ଦଳ ୬୪ଟି ଆସନ ପାଇଥିବାରୁ ଦଳ ରାଜ୍ୟସଭା ନିର୍ବାଚନରେ ୩-୪ଟି ସିଟ୍ ପାଇବାର ସମ୍ଭାବନା ରହିଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ପୂର୍ବରୁ ଜିତିଥିବା ରାଜ୍ୟ ଏଥର ହରାଇଥିବାରୁ ତାହା ଏବେ କଂଗ୍ରେସକୁ ରାଜ୍ୟସଭାରେ ବଡ଼ ଝଟକା ଦେବ ।

Get real time updates directly on you device, subscribe now.