fbpx

ରାଷ୍ଟ୍ରପତି ନିର୍ବାଚନ ପୁର୍ବରୁ ନିତୀଶଙ୍କ ଅଭ୍ୟାସକୁ ନେଇ ଚିନ୍ତାରେ ବିଜେପି, ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ବୈଠକରେ କ’ଣ ହୋଇଥିଲା ଆଲୋଚନା

ନୁଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି କ୍ୟାମ୍ପ ଚଳ ଚଞ୍ଚଳ ହୋଇ ଉଠିଲାଣି । ଏହାର ପ୍ରଥମ ପଦେକ୍ଷେପ ପାର୍ଟି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ପାଖରୁ ଆରମ୍ଭ କରିଛି । କାରଣ ନିତୀଶ କେଉଁ ସମୟରେ କେଉଁ ପକ୍ଷକୁ ପଳାଇବେ ତାହା କେହି ଜାଣନ୍ତି ନାହିଁ । ଗତ ନିର୍ବାଚନରେ ମଧ୍ୟ ନିଜ ପକ୍ଷ ବଦଳାଇ ବିରୋଧୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ।

ବିଜେପି ପାଇଁ ରାଷ୍ଟ୍ରପତି ନିର୍ବାଚନ ବିଜୟ ସହଜ ମନେ ହେଉଥିଲେ ମଧ୍ୟ ପାର୍ଟ କୌଣସି ରିସ୍କ୍ ନେବାକୁ ଚାହୁଁନାହିଁ । ଏଭଳି କ୍ରମରେ ଧର୍ମେନ୍ଦ୍ର ପ୍ରଧାନ ନିତୀଶ କୁମାରଙ୍କୁ ଭେଟିଛନ୍ତି । ଧର୍ମେନ୍ଦ୍ର ପ୍ରାୟ ଦୁଇ ଘଣ୍ଟା ଧରି ନିତୀଶଙ୍କ ସହିତ ଆଲୋଚନା କରିଥିଲେ । କୁହାଯାଉଛି ଯେ ଦୁହିଁଙ୍କ ମଧ୍ୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୁତ୍ରରୁ ଜଣାପଡ଼ିଛି ।

ତେବେ ଏହି ବୈଠକ ପରେ ଜଣାପଡ଼ିଥିବା ସବୁଠୁ ଆଶ୍ଚର୍ଯ୍ୟକର କଥା ଏହିକି ଯେ, ଏହି ବୈଠକ ବିଷୟରେ କୌଣଶି ସୂଚନା ବିହାର ବିଜେପିକୁ ଦିଆଯାଇ ନାହିଁ । କାରଣ ନିତୀଶଙ୍କ ଉପରେ ବିହାର ବିଜେପିର କିଛି ନେତା ଖୁସି ନାହାନ୍ତି. ଏବଂ ସେମାନେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ନିତୀଶଙ୍କ ବଦଳାଇବାକୁ ଚାହୁଁଛନ୍ତି । ଯାହା କେନ୍ଦ୍ରୀୟ ନେତୃବୁନ୍ଦ ନାପସନ୍ଦ କରିଛନ୍ତି ।

ପୁର୍ବ ଦୁଇ ରାଷ୍ଟ୍ରପତି ନିର୍ବାଚନକୁ ଦେଖିଲେ ନୀତୀଶ ବିରୋଧୀ ପକ୍ଷକୁ ସମର୍ଥନ କରିଛନ୍ତି। ୨୦୧୨ ରେ, ସେ ଏନଡିଏର ଅଂଶ ହୋଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ପାଇଁ ବିରୋଧୀ ଦଳର ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ। ସେହିପରି ୨୦୧୭ ରେ, ଯେତେବେଳେ ସେ ଆରଜେଡି ଏବଂ କଂଗ୍ରେସ ସହିତ ମହା ଗଠବନ୍ଧନରେ ଥିଲେ, ସେତେବେଳେ ସେ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କ ବଦଳରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ।

 

 

 

 

Get real time updates directly on you device, subscribe now.