fbpx

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଡିଜିଟାଲ ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ପ୍ରଚାର । କିନ୍ତୁ କରୋନା ମହାମାରୀ ଯୋଗୁଁ ରାଲି ଓ ପ୍ରଚାରରେ ଲାଗିଛି କଟକଣା । ଫଳରେ ପ୍ରାର୍ଥୀମାନଙ୍କୁ ଡିଜିଟାଲ ପ୍ରଚାର ପାଇଁ ପରାମର୍ଶ ଦିଆଯାଇଥିଲା । ଖବର ମୁତାବକ, ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବାକୁ ଯାଉଛି ବିଜେପି । ୮୫୩ ଜିଲ୍ଲା ପରିଷଦ ଜୋନରେ ପ୍ରଚାର ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବେ । ଆସନ୍ତା ୬ କିମ୍ବା ୭ ତାରିଖରୁ ପ୍ରଚାର ଆରମ୍ଭ ହେବ ।

ତେବେ ୨ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଗିରିରାଜ ସିଂହ ମଧ୍ୟ ଏଥିରେ ସାମିଲ ହେବେ । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.