fbpx

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ ଘୋଷଣା କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମଧ୍ୟରେ ଆଉ ଏକ ସଂକ୍ରମଣ କାୟା ମେଲାଇବାରେ ଲାଗିଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ତେବେ ଏହି ବ୍ଲକ୍ ଫଙ୍ଗସ୍ କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମହାମାରୀ’ ଭାବେ ଘୋଷଣା କରାଯାଇଛି । ଏ ସଂକ୍ରାନ୍ତରେ ସବୁ ରାଜ୍ୟର ସଚିବ ଓ ଏନଏଚଏମ୍ ନିର୍ଦ୍ଦେଶକ ମାନଙ୍କୁ କେନ୍ଦ୍ର ପକ୍ଷରୁ ଚିଠି କରାଯାଇଛି । ଉକ୍ତ ଚିଠିରେ ବ୍ଲାକ୍ ଫଙ୍ଗସ୍ କୁ ଏକ ମହାମାରୀ ଭାବେ ଦର୍ଶାଯାଇଛି । ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମିକୋସିସ୍ ର ଚିକିତ୍ସା ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁ ହସ୍ପିଟାଲରେ ସନ୍ଦିଗ୍ଧ ଓ ଏହା ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେ ସମ୍ପର୍କରେ ସୁଚନା ଦେବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗକୁ ରୋଗୀଙ୍କ ବିସ୍ତୃତ ବିବରଣୀ ଜଣାଇବେ ସିଡିଏମଓ । ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଡାଇବେଟିସ୍ ଓ କୋଭିଡ୍ ରେ ଷ୍ଟେରଏଡ୍ ନେଉଥିବା ରୋଗୀ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଅପରପକ୍ଷରେ ଆଖି, ସ୍ନାୟୁ ଓ ଦନ୍ତ ଚିକିତ୍ସକଙ୍କ ମିଳିତ ପ୍ରୟାସ ଆବଶ୍ୟକ ହୁଏ । ବିଶେଷ କରି ଏହି ସଂକ୍ରମଣ କୋଭିଡ୍ ରୁ ସୁସ୍ଥ ହେବା ପରେ ହୋଇଥାଏ । ଏହାର ମୁଖ୍ୟ କେତୋଟି ଲକ୍ଷଣ ହେଉଛି; ଠିକ୍ ଭାବେ ଦେଖା ନଯିବା, ଛାତିରେ ଯନ୍ତ୍ରଣା ହେବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା, ଆଖି ଏବଂ ନାକ ଲାଲ ପଡିଯିବା ଇତ୍ୟାଦି । ପ୍ରଥମତଃ ରାଜସ୍ଥାନରେ ଏହାକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟ ପାଇଁ ଏହା ଏକ ମହାମାରୀ ବୋଲି ଘୋଷଣା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶର ଅଧିକାଂଶ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଯେପରି କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ବିହାର, ଉତ୍ତରାଖଣ୍ଡ, ତେଲେଙ୍ଗାନା, ମହାରାଷ୍ଟ୍ର, ଓଡିଶା ଇତ୍ୟାଦି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଭାଇରସ୍ ବାୟୁମଣ୍ଡଳରେ ସକ୍ରିୟ ରହୁଥିବାରୁ ଏହା ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି ।

Get real time updates directly on you device, subscribe now.