fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାରୁ ମିଳିଲା କ୍ୟାନସର ମେଡିସିନ୍: ଡାଇବେଟିସ୍ ଓ ବାର୍ଦ୍ଧକ୍ୟଜନିକ ରୋଗକୁ ବିନାଶ କରିବ କଳା ଚାଉଳ, NRRIର ରିସର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଉତ୍ପାଦିତ ହେଉଥିବା କଳା ଚାଉଳରେ ରହିଛି କ୍ୟାନସର ପରି ଭୟଙ୍କର ରୋଗକୁ ବିନାଶ କରିବାର ଶକ୍ତି । ଏହି ଚାଉଳରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଥିବା ବେଳେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ । ଏଥିସହିତ ମଧୁମେହ ଓ ବାର୍ଦ୍ଧକ୍ୟଜନିତ ରୋଗର ମୁକାବିକା ପାଇଁ ଏହାର କ୍ଷମତା ରହିଛି । କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ) ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ।

ତେବେ ଏହି ଚାଉଳ ଅଧିକ ଅମଳକ୍ଷମ ହୋଇ ନଥିବା ବେଳେ ବିକ୍ରି ପାଇଁ ବଜାର ଅଭାବ ହେତୁ ଏହାର ପ୍ରଚାର ଓ ପ୍ରସାର ହୋଇ ପାରୁନାହିଁ । କଳା ଧାନର ଅଧିକ ଉତ୍ପାଦନ ପାଇଁ ଏନଆରଆରଆଇ ଗବେଷଣା ଜାରି ରଖିଛି । କଳାବତୀ ବା କଳାବଇଁଶୀ ଏକ ପୁରୁଣା ଦେଶୀୟ ଧାନ ହୋଇଥିବା ବେଳେ ଏହାର ଔଷଧୀୟ ଗୁଣ ବିଷୟରେ କାହାକୁ ଜଣା ନଥିଲା । ଗବେଷଣା ପରେ ଏହାର ଉପାଦେୟର ବିଷୟରେ ଜଣାପଡ଼ିଥିଲା ।

ଏହି ଧାନ ବିଶେଷ କରି ତ୍ରିପୁରା ଓ ମଣିପୁର ପରି ପାହାଡ଼ିଆ ଅଞ୍ଚଳରେ ଚାଷ ହେଉଥିଲା । ତେବେ ଏହି ଧାନରୁ ବାହାରୁଥିବା ଚାଉଳ ବିକ୍ରୟ ପାଇଁ ଓଡ଼ିଶାରେ ବଜାରର ଘୋର ଅଭାବ ରହିଛି । ଆନ୍ତର୍ଜାତିକ ବଜାରରେ ଏହା କିଲୋ ପିଛା ୨୦୦-୨୫୦ ଟଙ୍କାରେ ବିକ୍ରି ହେଉଛି । ଏହି ଧାନର ଅଧିକ ଉତ୍ପାଦନ ପାଇଁ ବିହନ ଉଦ୍ଭାବନ ପାଇଁ ଏନଆରଆରଆଇ ପକ୍ଷରୁ ଗବେଷଣା ଚାଲିଛି । ତେବେ ଏହି ଚାଉଳ କ୍ୟାନସର ପରି ଭୟଙ୍କର ବୀମାରୀକୁ ରୋକିବା ନେଇ ଆସିଥିବା ତଥ୍ୟ ରାଜ୍ୟ ପାଇଁ ନିହାତିପକ୍ଷେ ଗର୍ବର ବିଷୟ ଅଟେ ।

Get real time updates directly on you device, subscribe now.