fbpx
BSKY
BJD MC SKY
BJD YOUTH SKY

ମନିଟରିଂ ତାଲିକାର ୫ମ ସ୍ଥାନରେ ଇଣ୍ଡିଆ, ଚୀନ୍‌ ଅପେକ୍ଷା ଭାରତ ଉପରେ ଅଧିକ ନଜର ରଖିଛି ଆମେରିକା

ନୂଆଦିଲ୍ଲୀ : ଭାରତର ଗୁପ୍ତଚର ଏଜେନ୍ସି (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ) ମରିସସକୁ ଯାଇ ଲୋକଙ୍କ ଇଣ୍ଟରନେଟ୍‌ ଆକାଉଣ୍ଟକୁ ଅନୁଧ୍ୟାନ କରି ବିବାଦରେ ଛନ୍ଦି ହୋଇପଡିଛି । ସେହିପରି ଦେଶରେ ଲୋକଙ୍କ ଇଣ୍ଟରନେଟ୍‌ ବ୍ୟବହାର ଉପରେ ନଜର ରଖିଛନ୍ତି ଆମେରିକାର ଗୁପ୍ତଚର ଏଜେନ୍ସି । ଆପଣଙ୍କ ଇ-ମେଲ୍‌ କିମ୍ବା ହ୍ୱାଟସ୍‌ ଆପ୍‌ ଚାଟ୍‌ ଉପରେ ମଧ୍ୟ ନଜର ରଖିଛି ।

୨୦୧୩ ରେ, ପୂର୍ବତନ ଏନଏସଏ କର୍ମଚାରୀ ଏଡୱାର୍ଡ ସ୍ନୋଡେନଙ୍କ ଠାରୁ ଲିକ ହୋଇଥିବା ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ଆମେରିକା ଫାଇବର-ଅପ୍ଟିକ ଟ୍ୟାପ ମାଧ୍ୟମରେ ଲୋକଙ୍କ ଇଣ୍ଟରନେଟ ଟ୍ରାଫିକ ଉପରେ ନଜର ରଖିଛି । ବିଶେଷ କଥା ହେଉଛି ଏହି ଡକ୍ୟୁମେଣ୍ଟରେ ଲିକ୍‌ ହୋଇଥିବା ମାନଚିତ୍ର ଅନୁଯାୟୀ ଆମେରିକାର ଗୁପ୍ତଚର ସଂସ୍ଥା ଚୀନ୍‌ ଅପେକ୍ଷା ଭାରତ ଏବଂ ପାକିସ୍ଥାନରୁ ଅଧିକ ତଥ୍ୟ ସଂଗ୍ରହ କରିଥାଏ । ସେତେବେଳେ ପ୍ରକାଶ ପାଇଥିଲା ଯେ ଆମେରିକାର ମନିଟରିଂ ତାଲିକାରେ ଭାରତ ୫ ନମ୍ବରରେ ରହିଛି । ଆମେରିକା ଭାରତରୁ ୬୩ କୋଟି ଗୁପ୍ତଚର ସୂଚନା ନେଇଥିଲା । କିନ୍ତୁ ସେବେଠାରୁ କୌଣସି ସରକାର କିମ୍ବା ବିରୋଧୀ ଦଳ ଏହାକୁ ଏକ ପ୍ରସଙ୍ଗ କରିନାହାଁନ୍ତି ।

Get real time updates directly on you device, subscribe now.