fbpx

ଆଫଗାନିସ୍ତାନରେ ରାଜ୍ୟପାଳଙ୍କ ଅନ୍ତିମ ସଂସ୍କାର ସମୟରେ ଆତ୍ମଘାତୀ ଆକ୍ରମଣ: ଚାଲିଗଲା ୧୫ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବାଦାଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ନିକଟରେ ଆଜି ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ମଜୁଦ୍ଦିନ ଅହମ୍ମଦ ଟୋଲୋନ୍ୟୁଜଙ୍କୁ କହିଛନ୍ତି ଯେ, ବାଦାଖଶାନ ଅଞ୍ଚଳର ରାଜଧାନୀ ଫୌଜାବାଦର ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫୌଜାବାଦର ହେସା-ଇ-ଆୱାଲ ଅଞ୍ଚଳର ନବାୱି ମସଜିଦରେ ଏହି ବିସ୍ଫୋରଣ ଘଟିଛି । ମଜୁଦ୍ଦିନ ଅହମ୍ମଦଙ୍କ ଅନୁଯାୟୀ ଏହି ଘଟଣାରେ ପ୍ରକୃତ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଟୋଲୋ ନ୍ୟୁଜ୍ ଡାକ୍ତରଖାନାର ଏକ ସୂତ୍ରରୁ ପ୍ରକାଶ ଯେ ଡାକ୍ତରଖାନାରେ ୧୫ ଟି ମୃତଦେହ ରଖାଯାଇଛି । ଏହା ସହିତ ୫୦ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ଖବର ଅନୁଯାୟୀ ଏହା ଏକ ଆତ୍ମଘାତୀ ଆକ୍ରମଣ । ଏହି ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Get real time updates directly on you device, subscribe now.