fbpx

କେମିକାଲ କାରଖାନାର ଭୟଙ୍କର ବିସ୍ଫୋରଣ, ୩ ମୃତ ୧୫ ଗୁରୁତର

ଗୁଜରାଟର  ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବୁଧବାର ପଞ୍ଚମହାଳ ଜିଲ୍ଲା ରଞ୍ଜିତନଗର ଗ୍ରାମ ନିକଟରେ ଥିବା ଫ୍ଲୁରୋ କେମିକାଲ କାରଖାନାରେ ସକାଳ ୧୦ଟା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଛି  । ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ସ୍ୱ୍ୟାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅଗ୍ନିସମ ବାହିନୀଙ୍କ ଦ୍ୱାରା ନିଆଁ ଲିଭା ଯାଇଥିଲା  ।

ଏହି କାରଖାନାଟି ପ୍ରାୟ ୩୦ ବର୍ଷରୁ ଅଧିକ ପୁରୁଣା  । ଆଧୁନିକ ଦୁନିଆର ଆବଶ୍ୟକ ହେଉଥିବା ସାମଗ୍ରୀ ଫୋରୋପଲିମର, ଫୋରୋ-ସ୍ପେସିଆଲିଟି, ରେଫ୍ରିଜାଣ୍ଟ ଏବଂ ରାସାୟନିକ ପଦାର୍ଥ ତିଆରି କରିଥାଏ ଏହି ଫ୍ୟାକ୍ଟ୍ରି  । ସେପଟେ କାରଖାନାରେ କେମିତି ନିଅାଁ ଲାଗିଲା ତାହାକୁ ନେଇ ପ୍ରଶ୍ନ ଉଠିଛି  । ପଞ୍ଚମହାଳ ସୁପରିଟେଣ୍ଡ ଅଫ୍ ପୋଲିସ ଲିନା ପାଟିଲ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି  ।

Get real time updates directly on you device, subscribe now.