fbpx

ଲାଞ୍ଚ ନେଇ ଧରାପଡ଼ିଲେ ବ୍ଲକ ଶିକ୍ଷାଧିକାରୀ

AAKASH

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଝାରବନ୍ଧ ବିଇଓ ରଞ୍ଜିତ ଭୋଇ । ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ୫ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

ସୂଚନା ଅନୂଯାୟୀ, ଡୁଙ୍ଗୁରିପାଲି ସ୍କୁଲର ୫ ଜଣ ଶିକ୍ଷକଙ୍କ ବକେୟା ଦରମା କରାଇଦେବାକୁ କହି ସେମାନଙ୍କୁ ୫ ହଜାର ଲାଞ୍ଚ ମାଗିଥିଲେ ବିଇଓ । ଏନେଇ ଜଣେ ଶିକ୍ଷକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକ୍ରମେ, ଭିଜିଲାନ୍ସ ଡିଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଝାରବନ୍ଧ ପହଞ୍ଚିଥିଲେ ଏବଂ ବିଇଓଙ୍କୁ ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ଟିମ୍ ।

ବର୍ତ୍ତମାନ ବିଇଓଙ୍କ ଝାରବନ୍ଧ ସ୍ଥିତ ବାସଭବରେ ବରଗଡ଼ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।

Get real time updates directly on you device, subscribe now.