fbpx

ଅଜବ ପରମ୍ପରା: ଗୋରା ଛୁଆ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ

ସବୁ ମା’ମାନେ ନିଜର ସୁନ୍ଦର ଓ ଗୋରା ପିଲା ଜନ୍ମ ହେଉ ବୋଲି ଚାହାନ୍ତି । ଏଥିପାଇଁ ସେମାନେ ଗର୍ଭବତୀ ସମୟରେ ସୁସ୍ଥ ଓ ସୁନ୍ଦର ପିଲା ପାଇଁ ବିଭିନ୍ନ ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି, ବିଶ୍ୱରେ ଏପରି ଏକ ଜାଗା ଅଛି ଯେଉଁଠାରେ ସୁନ୍ଦର ପିଲାକୁ ଜନ୍ମ ଦେଲେ ଆପଣଙ୍କୁ ଦଣ୍ଡ ମିଳିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏହି ପରମ୍ପରା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନର ଜାରବା ଜନଜାତିର ଲୋକେ ପାଳୁଛନ୍ତି । ସେଠାରେ ମହିଳାମାନେ ସୁନ୍ଦର ପିଲା ଜନ୍ମ କରିବାକୁ ଦିଆଯାଏ ନାହିଁ । ଯଦି ଜନ୍ମିତ ଶିଶୁର କଳା ନହୋଇ ସାମାନ୍ୟ ଗୋରା ହୁଏ, ତେବେ ତାହାକୁ ମାରିଦିଆଯାଏ । ତେବେ ଏହା ପଛରେ ଏକ କାରଣ ରହିଛି । ଲୋକଙ୍କ କହିବା ମୁତାବକ, ଯଦି ଛୁଆ ଗୋରା ରଙ୍ଗର ହୁଏ, ତେବେ ସେ ଅନ୍ୟ ସମ୍ପ୍ରଦାୟର ମନେହୁଏ । ଏଥିପାଇଁ ଶିଶୁର ରଙ୍ଗ କଳା ହେବା ଜରୁରି ।

ଏପରି ପରମ୍ପରାକୁ ରଖିବ ନା ଏହା ବିରୋଧରେ ପଦକ୍ଷେପ ନେବ ଭାବି ପୋଲିସ ମଧ୍ୟ ଦ୍ୱନ୍ଦରେ ରହିଛି । ଜାରବା ଜନଜାତିର ସଂଖ୍ୟା ପାଖାପାଖୀ ୪୦୦ ଥିବା ବେଳେ ସେଠାରେ ବିଦେଶୀଙ୍କୁ ଯିବାର ଅନୁମତି ନାହିଁ । ପଶୁପକ୍ଷୀଙ୍କ ରକ୍ତ ପିଇଲେ କଳା ଶିଶୁ ଜନ୍ମ ହୁଏ ବୋଲି ସେମାନେ ଭାବିଥାନ୍ତି । ଏନେଇ ଗର୍ଭବତୀ ମହିଳାଙ୍କୁ ପଶୁପକ୍ଷୀଙ୍କ ରକ୍ତ ପିଇବାକୁ ଦିଆଯାଏ ।

Get real time updates directly on you device, subscribe now.