fbpx

ରେପ୍ ପୀଡିତାଙ୍କୁ କରୋନା, ଏବେ କ୍ୱାରେଣ୍ଟାଇନରେ ଅଭିଯୁକ୍ତ

କରୋନା ଭାଇରସକୁ ନେଇ ଏକ ଆଶ୍ଚର୍ଯ୍ୟଜନକର ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି । ସେଠାରେ ଜଣେ ରେପ୍ ପୀଡିତା କରୋନାରେ ଚିହ୍ନଟ ହୋଇଛନ୍ତି । ଏହା ପରେ ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଅଭିଯଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ବର୍ତ୍ତମାନ ସମୟରେ ଅଭିଯୁକ୍ତକୁ ତିହାର ଜେଲରେ ବନ୍ଦୀ ଭାବେ ରଖାଯାଇଛି । ଏହା ସହ ଆଉ ୨ କଏଦୀକୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନା ଡରରେ ତିହାର ଜେଲ ପ୍ରଶାସନ ପକ୍ଷରୁ ଯାଞ୍ଚ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ମଧ୍ୟ ହୋଇଛି । ଜେଲରେ ହିଁ ଆଇସେରାଲେସନ ୱାର୍ଡ ପ୍ରସ୍ତୁତ ହୋଇଛି, ଯେପରିକି ସେଠାରେ ଉପସ୍ଥିତ ଥିବା କଏଦୀ ସଂକ୍ରମିତ ନହେବେ ।

Get real time updates directly on you device, subscribe now.