fbpx

ସପ୍ତମ ବାଟାଲିଅନ୍ ରେ ଜୀବନ ଆଲୋକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏପି ସପ୍ତମ ବାଟାଲିଅନ୍ ଭୁବନେଶ୍ୱରରେ ଜୀବନ ଆଲୋକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ରେଡକ୍ରସ୍ ସୋସାଇଟି ଓ କମିସନରେଟ୍ ପୋଲିସ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ପୋଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍ଘାଟନ କରିବା ସହ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଓ ବ୍ୟାଜ୍ ପ୍ରଦାନ କରିଥିଲେ । ମୋଟ ୫୮ ୟୁନିଟ୍ ରକ୍ତ ଆଜି ସଂଗ୍ରହ ହୋଇଛି । କହିବାକୁ ଗଲେ କ୍ରାଇମ୍ କଣ୍ଟ୍ରୋଲ୍ ସହ କୋଭିଡ୍ ସହ ଲଢ଼େଇ କରିବା ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ଉଦ୍ୟମ କରାଯାଉଛି । ଗତ ୭ ତାରିଖରେ ଏଭଳି ଅନ୍ୟ ଏକ ଶିବିର ହୋଇଥିଲା । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି । ଏଥିପାଇଁ ପୋଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍ୟମ କରିଆସୁଛନ୍ତି ।

ଡିସିପି ବିଜୟ କୁମାର ସାହୁ, ଡାକ୍ତର କଲ୍ୟାଣ ସରକାର, ଶିବିର ସଂଯୋଜକ ଏସିପି ଲଳିତେନ୍ଦୁ ମହାନ୍ତି, ଏସିପି ହେମନ୍ତ ଦାସ, ସୁବେଦାର ପ୍ରଶାନ୍ତ ସାହୁ, ସିପାହୀ ହାବିଲଦାର ଶାଖା ସଂଘ ସଭାପତି ରମେଶ ମାଝି, କୋଷାଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଯୁଗ୍ମସମ୍ପାଦକ ଚନ୍ଦ୍ରଶେଖର ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

Get real time updates directly on you device, subscribe now.