fbpx
BJD SKY
BJD SKY

ଆଶିଂକ ଲକଡାଉନ୍ ରେ କଣ ଖୋଲା, କଣ ବନ୍ଦ; ଜାଣନ୍ତୁ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନା ମହାମାରୀର ଭୟ ସଂପୂର୍ଣ୍ଣ ଦୂର ହୋଇ ନାହିଁ । ଏବେ ମଧ୍ୟ ରାଜ୍ୟର ୧୦ ଜିଲ୍ଲା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ଆଉ ଦୁଇ ସପ୍ତାହ ପାଇଁ ଆଶିଂକ ଲକଡାଉନ ଲାଗୁ କରିଛନ୍ତି । ହେଲେ ପୂର୍ବାପେକ୍ଷା ଲକଡାଉନରେ କୋହଳ କରାଯାଇଛି । ପୂର୍ବ ପରି ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀରେ ରଖାଯାଇଛି । ୫ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ୧୦ ଜିଲ୍ଲାକୁ କାଟାଗୋରୀ -ବିରେ ରଖାଯାଇଥିବା ବେଳେ ବାକି ୨୦ ଜିଲ୍ଲାକୁ କାଟାଗୋରୀ-ଏରେ ରଖାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

କାଟାଗୋରୀ ଏରେ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । ପୂର୍ବରୁ ଏହି ସମୟ ସନ୍ଧ୍ୟା ୬ଟା ଯାଏଁ ଥିଲା । ଏହି ୨୦ ଜିଲ୍ଲାରେ ସାତ ଦିନ ଦୋକାନ ବଜାର ଖୋଲା ରହିବ । ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ସେହି ପରି କାଟାଗୋରୀ ବିରେ ଥିବା ୧୦ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲା ରହିବ । ୬ଟାରୁ ନାଇଟ କର୍ଫ୍ୟୁ ଜାରି ରହିବ । ଏହି ୧୦ ଜିଲ୍ଲାରେ ସପ୍ତାହକୁ ୫ ଦିନ ଦୋକାନ ଖୋଲା ରହିବ । ପୂର୍ବ ପରି ଶନିବାର ଓ ରବିରାର ସଟଡାଉନ ଜାରି ରହିବ ।
ଏଣିକି ସମଗ୍ର ରାଜ୍ୟରେ ବସ ଚଳାଚଳ କରି ପାରିବ । ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରି ପାରିବେ । ସବୁଠୁ ବଡ କଥା ବସ ଚଳାଚଳ ପାଇଁ କୌଣସି କଟକଣା ରହିବ ନାହିଁ । କେବଳ ପୁରୀକୁ ଜୁଲାଇ ୨୫ ଯାଏଁ ବସ ଚଳାଚଳ ବନ୍ଦ ରହିବ । ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ରହିବ ।

ଆହୁରି ମଧ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ଯେ, ଏହି ଆଶିଂକ ଲକଡାଉନ୍ ରେ ଅଟୋ, ଟାକ୍ସି ଆଦି ସମଗ୍ର ରାଜ୍ୟରେ ଚାଲିପାରିବ । ଏଥିରେ ଡ୍ରାଇଭର୍ ବ୍ୟତୀତ ଦୁଇ ଜଣ ପଛରେ ବସିପାରିବେ । ବଜାର ଯେତିକି ସମୟ ଖୋଲା ରହିବ ସେତିକି ସମୟ ଟ୍ୟାକ୍ସି ଚାଲିବ । ଏଥିସହିତ ଆସନ୍ତାକାଲି ଠାରୁ ସେଲୁନ୍ ସ୍ପା, ବିୟୁଟି ପାର୍ଲର ଜିମ୍ ଆଦି ଖୋଲିବ । ବାହାଘର, ବ୍ରତ ଆଦି ପୂର୍ବ କଟକଣା ଅନୁସାରେ ଜାରି ରହିବ । ଆଉଟ୍ ଡୋର୍ ଏବଂ ଇନଡୋର୍ ଫିଲ୍ମ ସୁଟିଂ ସମଗ୍ର ରାଜ୍ୟରେ ଅନୁମତି ଦିଆଯାଇଛି ।

ପୂର୍ବପରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ । ସେହି ପରି ସପିଂ ମଲ୍, ପାର୍କ, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ବାର ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇ ପାରିବେ । କାଟାଗୋରୀ ବି ଜିଲ୍ଲାଗୁଡିକରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ।

 

Get real time updates directly on you device, subscribe now.