fbpx

ଓଡ଼ିଶାର ମଦ ଦୋକାନରୁ ହଟିବ କି ଲକଡାଉନ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟରେ ସଂପ୍ରତି କରୋନା ମହାମାରୀର ଭୟ ସଂପୂର୍ଣ୍ଣ ଦୂର ହୋଇ ନାହିଁ । ଏବେ ମଧ୍ୟ ରାଜ୍ୟର ୧୦ ଜିଲ୍ଲା ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ଆଉ ଦୁଇ ସପ୍ତାହ ପାଇଁ ଆଶିଂକ ଲକଡାଉନ ଲାଗୁ କରିଛନ୍ତି । ହେଲେ ପୂର୍ବାପେକ୍ଷା ଲକଡାଉନରେ କୋହଳ କରାଯାଇଛି । ପୂର୍ବ ପରି ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟାଗୋରୀରେ ରଖାଯାଇଛି । ୫ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ୧୦ ଜିଲ୍ଲାକୁ କାଟାଗୋରୀ -ବିରେ ରଖାଯାଇଥିବା ବେଳେ ବାକି ୨୦ ଜିଲ୍ଲାକୁ କାଟାଗୋରୀ-ଏରେ ରଖାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ମଦ ଦୋକାନକୁ ଅନୁମତି ମିଳିନାହିଁ । ତେବେ ପୂର୍ବପରି ମଦର ହୋମ ଡେଲିଭରୀ ଜାରି ରହିବ । ସ୍ୱିଗି ଏବଂ ଜୋମାଟୋ ପରି କମ୍ପାନୀ ଅନଲାଇନରେ ମଦର ହୋମ ଡେଲିଭରୀ କରୁଛନ୍ତି । ସକାଳ ୧୦ଟାରୁ ସନ୍ଧ୍ୟା 2ଟା ପର୍ଯ୍ୟନ୍ତ ଏହି ଡେଲିଭରୀ ମିଳୁଛି । ସରକାର ମଦକୁ ନେଇ ସାମାନ୍ୟ କୋହଳ ମନୋଭାବ ମଧ୍ୟ ଦେଖଉଛନ୍ତି । ଏପରି ସ୍ଥଳେ ରାଜସ୍ୱ ଲକ୍ଷ୍ୟରେ ସରକାର ମଦ ଦୋକାନ ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରୁନଥିବା ବେଳେ ସମ୍ପୂର୍ଣ୍ଣ ଖୋଲିବାକୁ ମଧ୍ୟ ଅନୁମତି ଦେଉନାହାନ୍ତି । ସରକାରଙ୍କୁ ଏତେଟା ଫାଇଦା ମିଳୁନଥିଲେ ହେଁ କଳାବଜାରୀ ମାନେ ଏହାର ଫାଇଦା ଉଠାଇ ଗ୍ରାହକଙ୍କୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ଶୁକ୍ରବାର ସରକାରଙ୍କ ପକ୍ଷରୁ ଲକଡାଉନକୁ ସାମାନ୍ୟ କୋହଳ କରାଯାଇଛି । ରାତି ୮ଟା ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଦଦୋକାନ ଖୋଲାକୁ ନେଇ ଗାଇଡଲାଇନରେ କୌଣସି ସ୍ପଷ୍ଟ ସୂଚନା ରହିନାହିଁ । ତେଣୁ ପୂର୍ବବତ ଅନଲାଇନରେ ହିଁ ଏହି କାରବାର ଚାଲିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.