fbpx
BJD SKY
BJD SKY

ସାବଧାନ! ଡାଇବେଟିସ୍‌, ଗ୍ୟାଷ୍ଟ୍ରିକ, ଜ୍ୱର ସହିତ ୭୦ ମେଡିସିନ ସାମ୍ପଲ ଯାଞ୍ଚରେ ହେଲା ଫେଲ୍‌, ଆଉ କ’ଣ କ’ଣ ମେଡିସିନ୍ ରହିଛି ଜାଣିନିଅନ୍ତୁ

BJD

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସ୍‌ସିଓ)ର ଯାଞ୍ଚରେ ହିମାଚଳ ପ୍ରଦେଶରେ ପ୍ରାୟ ୨୫ ମେଡିସିନ୍ ଉଦ୍ୟୋଗରେ ନିର୍ମିତ ୪୦ ମେଡିସିନ୍ ଓ ଇଂଜେକସନର ଗୁଣବତ୍ତା ଠିକ୍ ନ ଥିବା ଜଣାଯାଇଛି । ଏଥିମଧ୍ୟରେ ରହିଛି ଆଜ୍‌ମା, ଜ୍ୱର, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ଆଲର୍ଜି, ଅପସ୍ମାର, କାଶ, ଆଣ୍ଟିବାଓଟିକ୍‌, ବ୍ରୋଙ୍କାଇଟିସ୍ ଓ ଗ୍ୟାଷ୍ଟ୍ରିକ ଉପଚାରରେ ବ୍ୟବହାର କରାଯାଉଥିବା ମେଡିସିନ୍ ଓ ଇଂଜେକସନ ସାମିଲ ରହିଛି । ଏହା ବ୍ୟତିତ କ୍ୟାଲସିୟମ ସପ୍ଲିମେଣ୍ଟ ସହିତ ମଲ୍ଟି ଭିଟାମିନ୍ ମଧ୍ୟ ଯାଞ୍ଚରେ ଫେଲ୍ ହୋଇଛି ।

ସିଡିଏସ୍‌ସିଓ ପକ୍ଷରୁ ଡିସେମ୍ବର ମାସରେ ଡ୍ରଗ ଆଲର୍ଟ ଜାରି କରାଯାଇଛି । ଏଥିରେ ଏ ବିଷୟରେ ଖୁଲାସା ହୋଇଛି । ତେବେ ଏହି ସବଷ୍ଟାଣ୍ଡାର୍ଡ ବା ଆବଶ୍ୟକ ଗୁଣବତ୍ତା ନ ଥିବା ମେଡିସିନ୍‌ର ନିର୍ମାଣ ହିମାଚଳ ପ୍ରଦେଶର ୭ଗୋଟି ଉଦ୍ୟୋଗରେ ହେଉଥିଲା । ଏହା ବ୍ୟତିତ ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମୁମ୍ବାଇ, ତେଲେଙ୍ଗାନା, ଦିଲ୍ଲୀସ୍ଥିତ ମେଡିସିନ୍ ଉଦ୍ୟୋଗରେ ନିର୍ମିିତ ୩୮ ପ୍ରକାରର ମେଡିସିନ୍ ସାମ୍ପଲ ବି ଯାଞ୍ଚରେ ଫେଲ୍ ହୋଇଯାଇଛି ।

ଡ୍ରଗ ଆଲର୍ଟରେ ସାମିଲ ୨୫ ମେଡିସିନ୍ କମ୍ପାନୀ ଯାଞ୍ଚରେ ରହିଛି । ଏମାନଙ୍କ ମଧ୍ୟରୁ କେତେକ କମ୍ପାନୀରେ ନିର୍ମିତ ମେଡିସିନର ନମୂନା ବାରମ୍ବାର ଫେଲ୍ ହେଉଛି । ସିଡିଏସ୍‌ସିଓ ପକ୍ଷରୁ ଜାରି ଡ୍ରଗ ଆଲର୍ଟରେ ସବଷ୍ଟାଣ୍ଡାର୍ଡ ଘୋଷିତ ମେଡିସିନ୍ ମଧ୍ୟରୁ ୫୦%ରୁ ଅଧିକର ନିର୍ମାଣ ହିମାଚଳପ୍ରଦେଶର ମେଡିସିନ୍ କମ୍ପାନୀରେ ହୋଇଛି । ସିଡିଏସ୍‌ସିଓ ପକ୍ଷରୁ ଡିସେମ୍ବର ମାସରେ ଦେଶର ଅଲଗା ଅଲଗା ରାଜ୍ୟରୁ ୧୦୦୮ ନମୂନା ଏକତ୍ରିତ କରିଥିଲେ । ଯେଉଁଥିରେ ଯାଞ୍ଚ ସମୟରେ ପ୍ରାୟ ୭୮ ମେଡିସିନ୍ ଉପଯୁକ୍ତ ଗୁଣବତ୍ତା ସଂପନ୍ନ ନ ଥିବାର ଜଣାପଡିଥିଲା । ଅନ୍ୟପକ୍ଷରେ ୯୩୦ମେଡିସିନ୍ ଏହି ଯାଞ୍ଚ ପ୍ରକ୍ରିୟାରେ ପାସ୍ ହୋଇଥିଲେ । ଏହି ସମସ୍ତ ମେଡିସିନର ନମୂନା ଓଡିଶା, ହିମାଚଳପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଋଷିକେଶ, ଗାଜିଆବାଦ, କୋଲକାତା, ବେଙ୍ଗାଲୁର, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ହାଇଦ୍ରାବାଦର ଡ୍ରଗ ଡିପାର୍ଟମେଣ୍ଟ ପକ୍ଷରୁ ଯାଞ୍ଚ ଲାଗି ଏକତ୍ର କରାଯାଇଥିଲା । ଏହାର ଯାଞ୍ଚ ସିଡିଏଲ୍ ଲ୍ୟାବରେ ହୋଇଥିଲା ଓ ଏହାର ରିପୋର୍ଟ ମଙ୍ଗଳବାର ସାର୍ବଜନୀନ ହୋଇଛି ।

Get real time updates directly on you device, subscribe now.