fbpx

ଓସ୍କାର: କ୍ରିଷ୍ଟୋଫର ନୋଲାନଙ୍କ ଫିଲ୍ମ ‘ଓପେନହାଇମର୍’କୁ ମିଳିଲା ୧୩ଟି ନାମାଙ୍କନ

ନୂଆଦିଲ୍ଲୀ: ଓସ୍କାର ନୋମିନେସନରେ ଓପେନହାଇମର ଓ ବାର୍ବି ଫିଲ୍ମକୁ ସର୍ବାଧିକ ନୋମିନେସନ ମିଳିଛି । ଓପେନହାଇମର ସର୍ବାଧିକ ୧୩ ଟି ନାମାଙ୍କନ ପାଇଥିବା ବେଳେ ଗ୍ରେଟା ଗେରୱିଗଙ୍କ ଚଳଚ୍ଚିତ୍ର ବାର୍ବି ୮ ଟି ନୋମିନେସନ ପାଇଛି। ସେହିପରି ପୁର ଥିଙ୍ଗ୍ସକୁ ୧୧ ଟି, ମାର୍ଟିନ୍ ସ୍କୋର୍ସେସିଙ୍କ ଫିଲ୍ମ କିଲର୍ସ ଅଫ୍ ଦି ଫ୍ଲାୱାର ମୁନ୍ କୁ ୧୦ ଟି, ମାଷ୍ଟର୍ସକୁ ୭ ଟି ନୋମିନେସନ ମିଳିଛି ।

ବାର୍ବିର ମୁଖ୍ୟ ନାୟିକା ମାର୍ଗୋଟ୍ ରବି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇନଥିବା ବେଳେ ଚଳଚ୍ଚିତ୍ରର ନିର୍ଦ୍ଦେଶିକା ଗ୍ରେଟା ଗେରୱିଗ୍ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ବର୍ଗରେ ମନୋନୀତ ହୋଇନାହାନ୍ତି । ବାର୍ବି ୨୦୨୩ ରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଏବଂ ଜଣେ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ବିଶ୍ୱର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇଛି । ଏହା ସମଗ୍ର ବିଶ୍ୱରେ ୧.୪୪ ବିଲିୟନ ଡଲାର ଆୟ କରିଥିଲା ।

ମନୋନୀତ ଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ଉଭୟ ଓପେନହାଇମର ଏବଂ ବାର୍ବି ଅନ୍ତର୍ଭୁକ୍ତ । କ୍ରିଷ୍ଟୋଫର ନୋଲାନ୍ ଏବଂ ମାର୍ଟିନ୍ ସ୍କୋର୍ସେସି ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ତାଲିକାରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.