fbpx
BSKY SKY
BSKY SKY

ଅଯୋଧ୍ୟାରେ ରାମଭକ୍ତଙ୍କ ଲାଗି ଆଉ ଏକ ଖୁସି ଖବର, ମନ୍ଦିର ପ୍ରଶାସନ ନେଲା ଏହି ବଡ ନିଷ୍ପତ୍ତି

BSKY

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ଦର୍ଶନ ଲାଗି ବହୁ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନଜରରେ ରଖି ମନ୍ଦିର ପ୍ରଶାସନ ଦର୍ଶନ ସମୟ ବଢାଇବାକୁ ନିଷ୍ପତ୍ତି ନେଇଛି । ଏବେ ଶ୍ରଦ୍ଧାଳୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲଲାଙ୍କ ଦର୍ଶନ କରିବେ । ପୂର୍ବରୁ ଏହି ସମୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଥିଲା । ସକାଳ ସମୟରେ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଦର୍ଶନ ସମୟ ରହିଥିଲା ।
ଅଧିକାରୀକ ସୂତ୍ର ଅନୁଯାୟୀ ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ରାମଲଲାଙ୍କ ଦର୍ଶନ ଲାଗି ଅଯୋଧ୍ୟାରେ ଅପେକ୍ଷା କରି ରହିଛନ୍ତି ଓ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ଆତଯାତ ଲାଗି ରହିଛି । ଅଯୋଧ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି କି ସେମାନେ ୧୦ରୁ ୧୫ ଦିନ ପରେ ଅଯୋଧ୍ୟା ଆସନ୍ତୁ ଓ ରାମଲଲାଙ୍କ ଦର୍ଶନ କରନ୍ତୁ । ଏଠାରେ ସୂଚାଇ ଦିଆଯାଇପାରେ କି ୮ହଜାରରୁ ଅଧିକ ପୋଲିସ କର୍ମୀ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.