fbpx

କଙ୍ଗନାଙ୍କ ଉପରେ ବର୍ଷିଲା ରାମଲଲାଙ୍କ କୃପା, ୩୬ ବର୍ଷରେ ମିଳିଗଲେ ଜୀବନସାଥି

ମୁମ୍ବାଇ: କଙ୍ଗନା ରାନାୱତ ସର୍ବଦା କିଛି ନା କିଛି କାରଣ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ତ ସେ ଯେପରି ରାମଭକ୍ତିରେ ଜୁଡୁବୁଡୁ ହୋଇପଡିଥିବାର ନଜର ଆସୁଛନ୍ତି । ପ୍ରାଣ ପ୍ରତିଷ୍ଠା ଦିନ ତାଙ୍କର ଏକ ଭିଡିଓ ଜବରଦସ୍ତ ଭାଇରାଲ ହୋଇଥିଲା । ଅଭିନେତ୍ରୀ ମନ୍ଦିର ପ୍ରାଙ୍ଗଣରେ ନାଚି ନାଚି ନିଜର ଖୁସି ବ୍ୟକ୍ତ କରିଥିଲେ । ଏବେ ଅଭିନେତ୍ରୀ ନିଜର ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏବେ ପୁଣି ଥରେ କଙ୍ଗନା ନିଜର ଡେଟିଂ ଗୁଜବକୁ ଶକ୍ତି ଦେଇଛନ୍ତି । ଏଥର ଇମର୍ଜେନ୍ସି ଷ୍ଟାରଙ୍କ ନାମ EaseMyTrip ର କୋଫାଉଣ୍ଡର ନିଶାନ୍ତ ପିଟ୍ଟିଙ୍କ ସହ ଶୁଣିବାକୁ ମିଳୁଛି ।

ଇଣ୍ଟରନେଟ୍‌ରେ ଏହି ଖବର ଜଙ୍ଗଲ ନିଆଁ ପରି ବ୍ୟାପିବାରେ ଲାଗିଛି କି ବଲିଉଡ୍ କୁଇନ୍ କଙ୍ଗନା ରାନାୱତ EaseMyTripର କୋଫାଉଣ୍ଡର ନିଶାନ୍ତ ପିଟ୍ଟିଙ୍କୁ ଡେଟ୍ କରୁଛନ୍ତି । ଅଯୋଧ୍ୟା ରାମ ମନ୍ଦିରରୁ କଙ୍ଗନା ଓ ନିଶାନ୍ତଙ୍କ ଫଟୋ ଭାଇରାଲ ହେବା ପରେ ଏହି ଚର୍ଚ୍ଚାକୁ ଅଧିକ ବଳ ମିଳିଛି ।

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ କଙ୍‌ଗନା ସାମିଲ ହୋଇଥିଲେ । ଏହାର ଗୋଟିଏ ଦିନ ପରେ ଜଣେ ପାପାରାଜି ନିଶାନ୍ତଙ୍କ ସହ କଙ୍ଗନା ପୋଜ୍ ଦେଉଥିବାର କିଛି ଫଟୋ ଇଣ୍ଟରନେଟ୍‌ରେ ସେୟାର କରିବା ପରେ ଏହି ଗୁଜବକୁ ଅଧିକ ବଳ ମିଳିଛି ।

କୁହାଯାଉଛି କଙ୍ଗନା ନିଶାନ୍ତଙ୍କ ସହ ୨ଥର ମନ୍ଦିର ଯାଇସାରିଲେଣି । ଉଦଘାଟନ ସମାରୋହରେ କଙ୍ଗନା ଓ ନିଶାନ୍ତ ମନ୍ଦିର ପରିସରରେ ପୋଜ୍ ଦେଇଛନ୍ତି । ଏହା ବ୍ୟତୀତ ମଙ୍ଗଳବାର ପୁନର୍ବାର କଙ୍ଗନା ଓ ନିଶାନ୍ତ ସାଙ୍ଗ ହୋଇ ମନ୍ଦିରରେ ବୁଲିଛନ୍ତି ।

ତେବେ ନିଶାନ୍ତ ହେଉଛନ୍ତି ଅନଲାଇନ୍ ଟ୍ରାଭେଲ୍ ପ୍ଲାଟଫର୍ମ EaseMyTripର କୋଫାଉଣ୍ଡର । ନିଶାନ୍ତ ୨୦୦୦ମସିହାରୁ EaseMyTrip ର ସହ ସଂସ୍ଥାପକ ଅଛନ୍ତି । ଏହି ପ୍ଲାଟଫର୍ମ ଆଜି ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ବିମାନ ଯାତ୍ରା ବୁକିଂ ୱେବସାଇଟ୍ ଅଟେ । ଏହା ସହିତ ସେ ବଲିଉଡ୍‌ରେ ସହ ନିର୍ମାତା ବି ରହିଆସିଛନ୍ତି । ସଂଯୋଗବଶତଃ ସେ କଙ୍ଗନାଙ୍କ ଫିଲ୍ମର ସହ ନିର୍ମାଣ ବି କରିଛନ୍ତି । ମଣିକର୍ଣ୍ଣିକା, ଦି କୁଇନ୍ ଅଫ୍ ଝାନସୀରେ ସେ ସହନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.