fbpx

ଏହି ଫଳରସ ସେବନ ଦ୍ୱାରା ୩ ଘଣ୍ଟା ମଧ୍ୟରେ ଖସିଆସୁଛି ରକ୍ତ ଶର୍କରା ସ୍ତର, ଜାଣନ୍ତୁ କଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: ଟାଇପ୍-୨ ମଧୁମେହ ଏପରି ଏକ ସ୍ଥିତି ଯେଉଁଥିରେ ଅଗ୍ନାଶୟ ପର୍ୟ୍ୟାପ୍ତ ପରିମାଣରେ ଇନସୁଲିନ୍ ଉତ୍ପାଦନ କରିପାରେ ନାହିଁ କିମ୍ବା ଶରୀରକୁ ହରମୋନ୍ ସିଠିକ୍ ଭାବରେ ମିଳିପାରେ ନାହିଁ । ଯାହା ଦ୍ୱାରା କୋଷିବା ଗୁଡ଼ିକ ଗ୍ଲୁକୋଜକୁ ଉପଯୁକ୍ତ ମାତ୍ରାରେ ଅବଶୋଷିତ କରିପାରନ୍ତି ନାହିଁ ଏବଂ ରକ୍ତରେ ଶର୍କରା ବଢ଼ିବାର କାରଣ ପାଲଟିଯାଆନ୍ତି । ଇନସୁଲିନ୍ ପ୍ରତିରୋଧ ଏବଂ ରକ୍ତରେ ଶର୍କରା ସ୍ତର ବୃଦ୍ଧି, ଟାଇପ୍-୨ ମଧୁମେହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଶରୀରକୁ ଉତ୍ତମ ରୂପେ ପରିଚାଳନା ପାଇଁ ବିଶେଷଜ୍ଞମାନେ ପ୍ରୋଟିନ୍, ସୁସ୍ଥ ଚର୍ବି, ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ, ଭିଟାମିନ୍ ଏବଂ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି । ଶରୀରକୁ ଉନ୍ନତ କରିବାରେ ଏହିସବୁ ଖାଦ୍ୟ ପଦାର୍ଥ ଅନେକ ସହାୟତା କରିଥାଏ ।

ଏହିସବୁ ଖାଦ୍ୟ ପଦାର୍ଥ ବ୍ୟତୀତ ପାଚିଲା ଫଳରେ ପ୍ରାକୃତିକ ଭାବରେ ଶର୍କରା ରହିଥାଏ ଯାହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରେ । ମଧୁମେହ ରୋଗୀଙ୍କ ପାଇଁ ଫଳରସ ରସ ସେବନ କରିବାକୁ ବିଶେଷଜ୍ଞ ମାନେ ବାରଣ କରିଥାନ୍ତି । କାରଣ ଏହା ଦ୍ୱା ସୁଗାର୍ ବଢ଼ିବାର ଆଶଙ୍କା ବଢ଼ିଯାଏ । ଫଳରସରେ ଅଧିକ ସୁଗାର ଏବଂ କମ୍ ଫାଇବରର ମାତ୍ରା କାରଣରୁ ରକ୍ତ ଗ୍ଲୁକୋଜକୁ ସ୍ପାଇକ୍ କରିପାରେ । ତଥାପି, ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ପ୍ରକାରର ଫଳ ରସ ରହିଛି ଯାହାକି ମାତ୍ର କିଛି ମିନିଟ୍ ମଧ୍ୟରେ ରକ୍ତରେ ଶର୍କରାକୁ ହ୍ରାସ କରିପାରେ । ତେବେ ଚାଲନ୍ତୁ ଜାଣିବା କଣ ସେହି ଫଳରସ ।

ଏଳସେଭିୟର୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡାଳିମ୍ବ ରସ ରକ୍ତ ଶର୍କରା ସ୍ତର ଉପରେ ସ୍ୱଳ୍ପକାଳୀନ ପ୍ରଭାବ ପକାଇଥାଏ । ତେବେ ଏହି ଅଧ୍ୟୟନରେ ଟାଇପ୍-୨ ମଧୁମେହ ରୋଗୀଙ୍କ ଠାରେ ଫଳରସର ପ୍ରଭାବ କିପରି ପଡ଼ିଥାଏ ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା । ତାଜା ରସର ସିଧା ପ୍ରଭାବ ଏହି ଅଧ୍ୟୟନରେ ଦର୍ଶାଯାଇଛି । ମଧୁମେହରେ ପୀଡ଼ିତ ଥିବା ୮୫ ଜଣ ରୋଗୀଙ୍କ ରକ୍ତ ନମୁନା ୧୨ ଘଣ୍ଟା ଉପବାସ ପରେ ନିଆଯାଇଥିଲା । ଏହାସହ ଶରୀରର ଓଜନକୁ ଆଖି ଆଗରେ ରଖି ୧.୫ ମିଲି ଡାଳିମ୍ବ ରସ ଗ୍ରହଣ କରିବାର ତିନି ଘଣ୍ଟା ପରର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।

ତେବେ ଫଳାଫଳ ରକ୍ତରେ ଶର୍କରା ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଟାଇପ୍-୨ ମଧୁମେହ ରୋଗୀଙ୍କ ଠାରେ ରସ ପିଇବାର ତିନି ଘଣ୍ଟା ପରେ ଇନସୁଲିନ୍ ପ୍ରତିରୋଧକୁ ମଧ୍ୟ ଦର୍ଶାଇଥିଲା । ଯେଉଁ ମାନଙ୍କର ଆରମ୍ଭ ରୁ ହିଁ ରକ୍ତରେ ଶର୍କରା କମ୍ ରହିଥିବା ସେମାନଙ୍କ ଠାରେ ଏହାର ଫଳାଫଳ ଖୁବ୍ ଭଲ ଦେଖିବାକୁ ମିଳିଥିଲା ଏବଂ ଏହି ଫଳାଫଳ ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ସମାନ ଥିଲା । ହେଲେ ବୃଦ୍ଧଙ୍କ ଠାରେ ଏହାର କମ୍ ପ୍ରଭାବ ଦେଖିବାକୁ ମିଳିଲା ।

Get real time updates directly on you device, subscribe now.