fbpx

ହକି ପାଇଁ ବାଧକ ସାଜିଲା ବର୍ଷା, ମ୍ୟାଚ୍ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ପୁରୁଷ ହକି ବିଶ୍ୱକପରେ ବର୍ଷା ସାଜିଲା ବାଧକ । ସ୍ପେନ-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ସ୍ଥଗିତ କରାଯାଇଛି । ୧୦ଟା ୩୦ରେ ଖେଳାଯିବାକୁ ଥିବା ମ୍ୟାଚ୍ ୧୧ଟାରେ ହେବ । ୭ମ/୮ମ ସ୍ଥାନ ପାଇଁ ମୁହାଁ-ମୁହିଁ ହୋଇଥାନ୍ତେ ସ୍ପେନ-ମାଲେସିଆ । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।

ତେବେ ବାତ୍ୟା ଜୱାଦ ପ୍ରଭାବରେ ବର୍ଷାକୁ ନେଇ ଟୁଇନ୍ ସିଟିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏହା ସହିତ ଟୁଇନ୍ ସିଟିରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଦୁଇ ସହରର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ବର୍ଷା ସହ ପବନ ବେଳେ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ଅନୁରୋଧ କରିଛି । ଦ୍ୱୈତ ନଗରୀର ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Get real time updates directly on you device, subscribe now.