fbpx
BSKY
BJD MC SKY
BJD MS SKY

ମୃତ୍ୟୁ ପୂର୍ବରୁ ରକ୍ତବାନ୍ତି କରିଥିଲେ ଶେନ୍ ୱର୍ଣ୍ଣ: ଥାଇଲାଣ୍ଡ ପୁଲିସର ବଡ ଖୁଲାସା[Video]

ନୂଆଦିଲ୍ଳୀ: ଅଷ୍ଟ୍ରେଲୀୟ କ୍ରିକେଟର ସ୍ପିନର କିଙ୍ଗ ଶେନ୍ ୱର୍ଣ୍ଣଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି । ତାଙ୍କର ଦେହାନ୍ତ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ କ୍ଷତି । ଏହି ଲେଜେଣ୍ଡ ସ୍ପିନରଙ୍କୁ ମୃତ୍ୟୁ ବେଳକୁ ମାତ୍ର୫୨ ବର୍ଷ ବୟସ ହୋଇଥିଲା । ସେ ଥାଇଲାଣ୍ଡରେ ଛୁଟି ମନାଉଥିବା ବେଳେ ତାଙ୍କ ପ୍ରକୋଷ୍ଠରୁ ମୃତଦେହ ମିଳିଥିଲା । ରିପୋର୍ଟରୁ ଶେନ୍ ୱର୍ଣ୍ଣଙ୍କ ମୃତ୍ୟୁ କାରଣ ହୃଦଘାତ ଥିବା ଜଣା ପଡଥିଲା ତେବେ ବର୍ତ୍ତମାନ କିନ୍ତୁ ତାଙ୍କର ଅପ୍ରତ୍ୟାଶିତ ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଦିନକୁ ଦିନ ସେନ ୱର୍ଣ୍ଣଙ୍କ ମୃତ୍ୟୁ ଉପରେ ନୁଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ତେବେ ସ୍ପିନର କିଙ୍ଗଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ । ଥାଇଲାଣ୍ଡ ପୋଲିସ ଦେଇଥିବା ତଥ୍ୟ ଅନୁଯାୟୀ ତାଙ୍କର ଏଭଳି ଆଶ୍ଚର୍ଯ୍ୟଜନିତ ମୃତ୍ୟୁ ମାମଲା ଏବେ ଆଉ ଏକ ନୂଆ ମୋଡ ନେଇଛି । ଶନିବାର ଥାଇଲାଣ୍ଡ ପୋଲିସ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଛି । ପୋଲିସର କହିବା ଅନୁଯାୟୀ ମୁତ୍ୟୁ ହୋଇଥିବା ସମୟରେ ଶେନ୍ ୱର୍ଣ୍ଣଙ୍କୁ ରୁମର ଚଟାଣ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ତେବେ କିନ୍ତୁ ମେଡିକାଲ ରିପୋର୍ଟ ଅନୁଯାୟୀ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କର ହୃଦଘାତ ହୋଇଥିଲା । ତେବେ ଅଷ୍ଟ୍ରେଲୀୟ ଲେଜେଣ୍ଡ ସ୍ପିନରଙ୍କର ହୃଦଘାତ ଜନିତ ମୃତ୍ୟୁ ଏବେ ସନ୍ଦେହ ଘେରରେ । ପୋଲିର କହିବା ଅନୁଯାୟୀ ମୃତ୍ୟୁ ପୂର୍ବରୁ ସେନଙ୍କ ଛାତିରେ ଅତ୍ୟଧିକ ଯନ୍ତ୍ରଣା ହୋଇଥିଲା ଏବଂ ଅନ୍ୟପଟେ ତାଙ୍କୁ ପୂର୍ବରୁ ଶ୍ୱାସରୋଗ ସମସ୍ୟା ସହ ହୃଦଘାତ ସମସ୍ୟା ରହିଥିବା ଜଣାପଡିଥିଲା ।

ଥାଇଲାଣ୍ଡର କୋହ ସମୁଇର ପୋଲିସ ଷ୍ଟେସନ ଅଧ୍ୟୀକ୍ଷକଙ୍କ କହିବା ଅନୁସାରେ ସେନ ତାଙ୍କ ମୃତ୍ୟୁ ପୂର୍ବରୁ ଡାକ୍ତଙ୍କ ସହ ତାଙ୍କ ହୃଦଘାତ ସମସ୍ୟାନେଇ ଚିକିତ୍ସିତ ହେଉଥିଲେ । ଏହା ସହିତ ଡାକ୍ତରି ରିପୋର୍ଟ ଅନୁସାରେ ମୃତ୍ୟୁ ପରେ ତାଙ୍କ ଶରୀରୁ କୌଣସି ଡ୍ରଗ୍ସ କିମ୍ବା ଔଷଧ ନେଉଥିବା ଜଣାପଡିନଥିଲା । ତେବେ ବ୍ୟାଙ୍କକକ ରେ ପ୍ରକାଶିତ ଏକ ପୋଷ୍ଟ ଅନୁଯାୟୀ ପ୍ରକାଶିତ ଏକ ରିପୋର୍ଟ ରୁ ଜଣାପଡିଛି ଯେ, ସେନ ରହିଥିବା ରୁମର ଚଟାଣ ରେ ରକ୍ତ ଦେଖିବାକୁ ମିଳିଥିଲା ଏବଂ ତାଙ୍କ ବାଥରୁମ ଟାୱେଲ ଏବଂ ଶୋଇବା ତକିଆରେ ମଧ୍ୟ ରକ୍ତ ଦାଗ ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ସେଠାକାର ପୋଲିସ ଥାଇଲାଣ୍ଡର ଏକ ଖବରକାଗଜକୁ କହିଥିଲେ , ସେନଙ୍କୁ ଉଦ୍ଧାର କରାଯିବା ପରେ ଯେତେବେଳେ ତାଙ୍କୁ ବଂଚାଇବାକୁ ଚେଷ୍ଟା ସେତେବେଳେ ସେନଙ୍କ ପାଟିରୁ କେବଳ କାଶି କାଶି ରକ୍ତ ହିଁ ବାହାରିଥିଲା । ତେବେ ତାଙ୍କର ଚାରିଜଣ ସାଙ୍ଗ ତାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ପାଖାପାଖି ୨୦ ମିନିଟ ଧରି ତାଙ୍କୁ ସବୁପ୍ରକାରର ବଂଚାଇବାକୁ ଚେଷ୍ଟା ଚଳାଇଥିଲେ । ପରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଥାଇଲାଣ୍ଡର କୋହ ସମୁଇରେ ୱର୍ଣ୍ଣ ନିଜର ବନ୍ଧୁଙ୍କ ସହ ଛୁଟି ମନାଉଥିଲେ । ୱର୍ଣ୍ଣଙ୍କ ମ୍ୟାନେଜମେଣ୍ଟଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଅନୁଯାୟୀ, ୱର୍ଣ୍ଣ ନିଜ କଠୋରୀରେ ଅଚେତ ଅବସ୍ଥାରେ ପଡିଥିଲେ । ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା । ତେବେ ଥାଇଲାଣ୍ଡ ପୋଲିସ ୱର୍ଣ୍ଣଙ୍କ ମୃତ୍ୟୁ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ଏଥିପାଇଁ ଥାଇଲାଣ୍ଡ ପୋଲିସ ୱର୍ଣ୍ଣଙ୍କ ସେହି ତିନି ଜଣ ବନ୍ଧୁଙ୍କୁ ପଚରା ଉଚୁରା କରିଥିଲା, ଯେଉଁମାନେ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ଥାଇଲାଣ୍ଡରେ ଛୁଟି ମନାଇବାର ଶୁକ୍ରବାର ଥିଲା ଦ୍ୱିତୀୟ ଦିନ । ଏହି ଦିନରେ ହିଁ ୱର୍ଣ୍ଣଙ୍କ ଅକାଳ ବିୟୋଗ ଘଟିଛି । ଏହାର ୨୪ ଘଣ୍ଟା ପୂର୍ବରୁ ସେନ ୱର୍ଣ୍ଣ ନିଜର ଇନଷ୍ଟଗ୍ରାମ ଆକାଉଣ୍ଟରେ ରହୁଥିବା ଭିଲ୍ଲାର ଫଟୋ ସେୟାର କରିଥିଲେ । ୱର୍ଣ୍ଣଙ୍କ ପରଲୋକରେ ପୂରା କ୍ରିକେଟ୍ ଜଗତ ସ୍ତବ୍ଧ ହୋଇ ପଡିଛି ।

Get real time updates directly on you device, subscribe now.