fbpx
BJD SKY
BJD SKY

Heart Transplant: ଏସିଆରେ ପ୍ରଥମ ଥର ପାଇଁ ଭାରତୀୟ ଡାକ୍ତରଙ୍କ ଚମତ୍କାର! ବିନା ରକ୍ତ ବୁହାଇ କଲେ ହୃଦୟ ପ୍ରତିରୋପଣ

BJD

ନୂଆଦିଲ୍ଲୀ: ଏସିଆରେ ପ୍ରଥମ ଥର ପାଇଁ ଗୋଟିଏ ବି ବୁନ୍ଦା ରକ୍ତ ନବୁହାଇ ଏକ ସଫଳ ହୃଦୟ ପ୍ରତିରୋପଣ ଦାବି କରାଯାଇଛି । ସାଧାରଣ ମାମଲାରେ ୨୫ ଦିନ ତୁଳନାରେ ରୋଗୀକୁ ମାତ୍ର ୯ ଦିନରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ଡାକ୍ତର ରାଜୀବ ସିଂହଲ କହିଛନ୍ତି ଯେ, ଅହମ୍ମଦାବାଦର ୫୨ ବର୍ଷିୟ ରୋଗୀ ଚନ୍ଦ୍ରପ୍ରକାଶ ଗର୍ଗଙ୍କୁ ହୃଦୟ ପ୍ରତିରୋପଣ ଆବଶ୍ୟକ ଥିଲା । ଏହି ପରିପ୍ରେକ୍ଷୀରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ହୃଦୟ ମିଳିଥିଲା, ଯାହାକି ନୂଆ ଟେକ୍ନୋଲୋଜି ବ୍ୟବହାର କରି ଗର୍ଗଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ।

ଡାକ୍ତର ଧୀରନ ଶାହା ଏବଂ ଧୱଲ ନାୟକଙ୍କ ଦଳ ଗୋଟିଏ ବି ବୁନ୍ଦା ରକ୍ତ ନବୁହାଇ ଏହାକୁ ଶେଷ କରିଥିଲେ । ସାଧାରଣ ହୃଦୟ ପ୍ରତିରୋପଣର ମୂଲ୍ୟ ଏବଂ ଏହି କୌଶଳ ମାଧ୍ୟମରେ କରାଯାଇଥିବା ଚିକିତ୍ସା ସମାନ । ଆହୁରି ମଧ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ରକ୍ତ ଦାନ କରିବାର କୌଣସି ବିପଦ ନାହିଁ । ବାହ୍ୟ ରକ୍ତ ଗ୍ରହଣ କରିବା ଦ୍ୱାରା ରୋଗୀର ମୃତ୍ୟୁ ଏବଂ ଡାକ୍ତରଖାନାରେ ଅଧିକ ସମୟ ରହିବାର ଆଶଙ୍କା ବଢ଼ିଥାଏ ।

୨୦ ଲକ୍ଷ ୟୁନିଟ୍ ରକ୍ତ ଅଭାବ :-
ଭାରତରେ ୨୦ ଲକ୍ଷ ୟୁନିଟ୍ ରକ୍ତ ଅଭାବ ରହିଛି । ଏପରି ପରିସ୍ଥିତିରେ ଯଦି ଏହି ଟେକ୍ନୋଲୋଜି ଗ୍ରହଣ କରାଯାଏ ତେବେ ଲକ୍ଷ ଲକ୍ଷ ଲୋକ ବହୁ ପରିମାଣରେ ରକ୍ତ ପାଇପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷା ହୋଇପାରିବ । ଏଥିସହ ଭାରତରେ ଅଙ୍ଗ ଦାନ ହାର ମାତ୍ର ଏକ ପ୍ରତିଶତ ଯାହା ଆମେରିକାରେ ୩୦ ପ୍ରତିଶତ ରହିଛି । ଏହି ସମୟରେ ଏହି ହାର ବୃଦ୍ଧି କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ।

Get real time updates directly on you device, subscribe now.