fbpx

ଏହି ୪ଟି କାରଣ ପାଇଁ ଶରୀରରେ ଦେଖାଯାଏ ନୀଳ ସ୍ନାୟୁ: କରନ୍ତୁ ନାହିଁ ଏହାକୁ ଅଣଦେଖା

ଭୁବନେଶ୍ୱର : ଶିର ସମସ୍ୟା ଆଜି କାଲି ଅନେକ ଲୋକଙ୍କ ମଧ୍ୟରେ ଦେଖବାକୁ ମିଳୁଛି । ଏହି ରୋଗ ହେବା ଦ୍ୱାରା ପାଦରେ ଚମଡା ଉପରେ ଶିର ବା ସ୍ନାୟୁ ଗୁଡିକ ଫୁଟି ବାହାରିଲା ପରି ଦେଖା ଦେଇଥାଏ । ଆପଣ ଦେଖିଥିବେ ଲୋକଙ୍କ ହାତ, ଗାଲ, କାନ୍ଧରେ ଶିର ଗୁଡିକ ବାହାରକୁ ଦେଖାଯାଏ । ଏହି ଶିରଗୁଡିକ ବିନା କାରଣରେ ଆପଣଙ୍କ ଦେହରେ ଦେଖା ଯିବ ନାହିଁ, ଆପଣଙ୍କ ଶରୀର ଅସୁସ୍ଥ ହିଁ ଏହି ଶିରା ଦେଖାଯାଏ । ଏହି ଶିର ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ ସହତ ଜଡିତ ଅଟେ । ତେବେ ଆସନ୍ତୁ ଜାଣିବା ଶରୀରରେ ନୀଳ ଶିର କାହିଁକି ଦେଖାଯାଏ ।

୧. ଯଦି ଆପଣଙ୍କ ଶରୀରରେ ବ୍ଲଡ ସରକ୍ୟୁଲେସନ ଠିକ ନଥାଏ ତେବେ ଏହି ନୀଳ ସ୍ନାୟୁ ଆପଣଙ୍କ ଶରୀରରେ ଫୁଟିକି ଦେଖାଯିବ । ଏହାର କାରଣ ବ୍ଲକେଜ ହେଉ, ହୃଦରୋଗ ହେଉ କିମ୍ବା ଅତ୍ୟଧିକ ଟାଇଟ ପୋଷାକ ପିନ୍ଧିବା ଦ୍ୱାରା ଏହି ନୀଳ ସ୍ନାୟୁ ଆପଣଙ୍କ ଶରୀରରେ ଦେଖିବାକୁ ମଳିଥାଏ । ଏହା ଛଡା ରକ୍ତରେ ଅକ୍ସିଜେନ ସପ୍ଲାଏ କମ ହେଲେ ମଧ୍ୟ ଏହି ପରି ହୋଇଥାଏ ।

୨. ନୀଳ ସ୍ନାୟୁ ଦେଖା ଯିବାର ଆଉ ଏକ ପ୍ରମୁଖ କାରଣ ହେଉଛି ଓଜନ ବୃଦ୍ଧି ପାଇବା । ଆପଣଙ୍କ ଶରୀରର ଓଜନ ବଢିବା, କାରଣ ଶରୀରର ଓଜନ ବଢିବା ଦ୍ୱାରା ଅଧିକ ଚାପି ପଡିଥାଏ । ଏହି ସ୍ନାୟୁ ଆପଣଙ୍କ ଶରୀର ଉପରେ ହେଉ କିମ୍ବା ଆପଣଙ୍କ ହୃଦୟ ଉପରେ ହେଉ, ଏହା ବାହାରକୁ ଦେଖାଯିବ । ଏହା ବ୍ୟତୀତ ଯେତେବେଳେ ବି ଆପଣ ଅଧିକ ସମୟ ଛିଡା ହେବେ, ସେତେବେଳେ ଏହି ସମସ୍ୟା ଦେଖା ଦେବ ।

୩. ଯଦି ଆପଣଙ୍କ ହରମୋନାଲ ପାୱାର ଖରାପ ଅଛି ତେବେ ଆପଣଙ୍କ ଶରୀରରେ ଏହି ନୀଳ ଶିର ଦେଖାଦେବ । ଯେପରି ପିରିଅଡ ପୂର୍ବରୁ ଆପଣ ଅଧିକ ଚିନ୍ତାରେ ରହିଲେ, ଆପଣଙ୍କ ଶରୀରର କର୍ଟିସୋଲ ହର୍ମୋନ ବଢ଼ିଯାଏ। ଏହାବ୍ୟତୀତ ମେନୋପାଜ ସମୟରେ, ଯେତେବେଳେ ହରମୋନ୍ ବ୍ୟାଘାତ ହୁଏ, ସେତେବେଳେ ଆପଣଙ୍କ ଶରୀରରେ ନୀଳ ଶିର ଦେଖାଯାଏ ।

୪. ଯଦି ଆପଣଙ୍କର କୋଷ୍ଠ କାଠିନ୍ୟ ସମସ୍ୟା ରହିଛି ତେବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଶରୀରରେ ଏହି ଶିର ଦେଖା ଦେବ । ତେଣୁ ଯଦି ଆପଣଙ୍କ ଶରୀରରେ ନୀଳ ସ୍ନାୟୁ ଫୁଟିକି ଦେଖା ଯାଉଛି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ନ ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆହୁରୀ ବଢିପାରେ । ଏନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.