fbpx

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କଣ କହିଲେ ବିଏମସି କମିଶନର, ଜାଣନ୍ତୁ

ଭୁବନେଶ୍ୱର, ୨୨ା୯(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ରାଜଧାନୀରେ କରୋନା ସ୍ଥିତି ପିକରେ ନାହିଁ ବରଂ ଫ୍ଲାଟରେ ଅଛି । ପୂର୍ବରୁ ୪ରୁ ୫ଶହ ଆସୁଥିଲା ଏବେ ୨ରୁ ୩ଶହ ଭିତରେ ରହୁଛି । ଆଇସିଏମଆର କହୁଛି ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ । ସେହିପରି ବିଶ୍ୱରେ ମଧ୍ୟ ପିକ୍ ଓ ଫ୍ଲାଟ୍ ପରେ ସଂକ୍ରମଣ ତଳକୁ ଖସୁଛି । ରାଜଧ।।ନୀରେ କେତେକ ଅମାନିଆ ଯୋଗୁଁ ସଂକ୍ରମଣ ବଢ଼ୁଛି । ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଆମର ଏନଫୋର୍ସମେଣ୍ଟ ବଢ଼ିଛି । ଏହାସହ ପୋଲିସ ସହ ବିଏମସି ଟିମ୍ ମିଳିତ ଭାବେ ଚଢ଼ାଉ କରୁଛନ୍ତି ।

 

Get real time updates directly on you device, subscribe now.