fbpx
BSKY
BJD SHG SKY
BJD YOUTH SKY

ଆକ୍ସନ ମୋଡରେ BMC: ଆଜି ପୁଣି ଖାଦ୍ୟ ଦୋକାନରେ କରୁଛି ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ ଆକ୍ସନ ମୋଡକୁ ଆସିଛି ବିଏମସି । ଗତକାଲି ଅନେକ ଦୋକାନରେ ଚଢ଼ାଉ ପରେ ଆଜି ପୁଣି ବିଏମସି ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରୁଛି ।

ସୂଚନା ମୁତାବକ, ଆଜି କିଟ୍ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସାମିଲ ଥିବା ଜଣାପଡିଛି । ଦୋକାନ ଗୁଡ଼ିକରେ ଖାଦ୍ୟର ମାନ ପରୀକ୍ଷା ସହ ଲାଇସେନ୍ସ ଯାଞ୍ଚ ଚାଲିଛି । କିଛି ଦୋକାନ ସିଲ୍ କରି ନୋଟିସ୍ ମାଗିଛନ୍ତି ବିଏମସି କର୍ତ୍ତୃପକ୍ଷ ।

ତେବେ ଗତକାଲି ଦୂରଦର୍ଶନ ଅଫିସ ନିକଟରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲରେ ରେଡ କରିଥିଲା BMC । ଚଢ଼ାଉ କରି ଖାଦ୍ୟ ପଞ୍ଜିକରଣ ବାତିଲ କରିଥିଲା । ବିଏମସିର ଖାଦ୍ୟ ସୁରକ୍ଷା ଦଳ ସେଠାରେ ଚଢ଼ାଉ କରି ହୋଟେଲକୁ ଯାଞ୍ଚ କରିଥିଲା। ହୋଟେଲରେ ଖାଇବା ରଙ୍ଗ, ଏକ୍ସପାଇରୀ ଡେଟ୍ ପଳାଇଥିବା ସସ୍ ଏବଂ ଷ୍ଟଲ୍ କ୍ରାବ୍ ନଷ୍ଟ ହୋଇଥିବା ଜଣାପଡିଥିଲା । ଏହା ସହିତ ଖରାପ ପରିମଳ(ହାଇଜେନିକ) ପାଇଁ ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ଜରିମାନା ମଧ୍ୟ ଲାଗୁ କରାଯାଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.