fbpx

ଭକ୍ତଶୂନ୍ୟ ହେବ ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର,୯ା୪ (ଓଡିଶା ଭାସ୍କର) : ରୁକୁଣା ରଥଯାତ୍ରାକୁ ନେଇ ବିଏମସି ଆଜି ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛି । ବିଏମସି ପକ୍ଷରୁ ରଥଯାତ୍ରାକୁ ନେଇ ଏସଓପି ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ସେହିପରି ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ଭକ୍ତମାନେ ରହିବେ ନାହିଁ । କେବଳ ସେବାୟତଙ୍କୁ ହିଁ ଯାତ୍ରାରେ ରହିବାର ଅନୁମତି ମିଳିପାରିବ । ରଥଯାତ୍ରା ବେଳେ ବାଣ ଫୁଟାଇବା ବାରଣ ବୋଲି ମଧ୍ୟ ଏସଓପିରେ ଦର୍ଶଯାଇଛି । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟ ଏବଂ ନେଗେଟିଭ୍ ରିପୋର୍ଟ ଦେଖାଇ ଯାତ୍ରାରେ ଯୋଗ ଦେବେ । ସୁରକ୍ଷା ଦୃଷ୍ଟିରୁ ରଥକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ । ସେପଟେ ଖାଇବା ଦୋକାନ, ହୋଟେଲ୍, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବନ୍ଦ ରହିବ । ତେବେ ସଂକ୍ରମଣ ବଢ଼ୁଥିବାରୁ ବିଏମସି ସ୍ପେଶାଲ୍ ଡ୍ରାଇଭ୍ କରୁଛି । ବଜାର, ହାଟ, ହୋଟେଲ୍ ଆଦି ଜନଗହଳିପୁର୍ଣ୍ଣ ସ୍ଥାନରେ ଚଢ଼ଉ କରୁଛି ପୁଲିସ୍ ।

Get real time updates directly on you device, subscribe now.