fbpx

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ FIR ରୁଜୁ କରିବ BMC, ଜାଣନ୍ତୁ କାହିଁକି?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବିଏମସି । ଆଲିଙ୍କ ଉପରେ କୋଭିଡ ଓ କ୍ୱାରେଣ୍ଟାଇନ ନିୟମର ଉଲ୍ଲଙ୍ଘନ କରିବାର ଅଭିଯୋଗ ରହିଛି । ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ରହିଛି କି, ସେ କରୋନା ନିୟମର ପାଳନ ନକରି ନିଜର ଆଗାମୀ ଫିଲ୍ମର ପ୍ରମୋସନ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ ।

ତେବେ ରଣବୀର କପୁର ଓ ଫିଲ୍ମ ନିର୍ମାତା ଆୟାନ ମୁଖାର୍ଜୀଙ୍କ ସହିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ ପାଇଁ ଦିଲ୍ଲୀ ପହଞ୍ଚିଥିଲେ ଆଲିଆ । କରଣ ଜୋହରଙ୍କ ଘରେ ୮ ଡିସେମ୍ବରରେ ହୋଇଥିବା ପାର୍ଟି ଆଲିଆ ସାମିଲ ହୋଇଥିଲେ । ଏହି ପାର୍ଟିରେ ସାମିଲ ହୋଇଥିବା ୪ ଗେଷ୍ଟ ଯଥା, ମହିପ କପୁର, ସୀମା ଖାନ୍, କରୀନା କପୁର ଓ ଅମୃତା ଅରୋରା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆଲିଆକୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ଆଲିଆ ଏହି ନିର୍ଦ୍ଦେଶକୁ ପାଳନ କରିନଥିଲେ ଓ ଦିଲ୍ଲୀ ଆସିଥିଲେ । ଦିଲ୍ଲୀ ଆସିବା ପରେ ସେ ପ୍ରଥମେ ଗୁରୁଦ୍ୱାର ବଙ୍ଗଳା ସାହିବ ପହଞ୍ଚିଥିଲେ । ଏହା ପରେ ବ୍ରହ୍ମାସ୍ତ୍ରର ପୋଷ୍ଟର ଲଞ୍ଚ ଇଭେଣ୍ଟରେ ଯାଇ ପ୍ରମୋସନ କରିଥିଲେ । ଆଲିଆଙ୍କ ଏପରି ବ୍ୟବହାର ପାଇଁ ତାଙ୍କ ଉପରେ ପାଣ୍ଡେମିକ୍ ଆକ୍ଟ ଅଧିନରେ ଏଫଆଇଆର ରୁଜୁ କରିବାକୁ ପ୍ଲାନ କରୁଛି ବିଏମସି । ହୋମ୍ କ୍ୱାରେଣ୍ଟାଇନ୍ ନିୟମକୁ ଭାଙ୍ଗିଛନ୍ତି ଆଲିଆ ଭଟ୍ଟ । ବିଏମସି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.