fbpx

ବଡ ଖବର, ବିଶ୍ୱକପ ପୂର୍ବରୁ ପଦ ଛାଡିବେ ବୋର୍ଡ ସିଇଓ: ଏହି ଦଳ ପାଇଁ ବଢିଲା ଚିନ୍ତା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରୁ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଖୁବଶୀଘ୍ର ଏହାର ସୂଚୀ ମଧ୍ୟ ଘୋଷଣା କରାଯିବ । ତେବେ ଏହା ପୂର୍ବରୁ ଆସିଛି ଏକ ବଡ ଖବର । ଏହି ବିଶ୍ୱକପ ପୂର୍ବରୁ ଗୋଟିଏ ଦଳର ବୋର୍ଡ ସିଇଓ ନିଜ ପଦରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ଏହି ପଦରେ ରହିବା ପରେ ବର୍ତ୍ତମାନ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋର୍ଡର ମୁଖ୍ୟ । ତେବେ ଏହି ନିଷ୍ପତ୍ତି ଦଳରେ ଚିନ୍ତା ବଢାଇ ଦେଇଛି ।

ରିପୋର୍ଟ ଅନୁସାରେ, ବିଶ୍ୱକପ ପୂର୍ବରୁ ନିଜ କାର୍ଯ୍ୟକାଳ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡର ବୋର୍ଡ ସିଇଓ ଡାଭିଡ ହ୍ୱାଇଟ ହ୍ୱାଇଟ । ଗତ ୧୧ ବର୍ଷରୁ ସେ ଏହି ପଦରେ ରହିଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ଏହି ପଦରୁ ଇସ୍ତଫା ଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ୧୯୯୫ ମସିହାରେ ହୁଡ ରିପୋର୍ଟର ସୁପାରିଶ ଲାଗୁ କରାଯିବା ପରଠାରୁ ଏପର୍ଯ୍ୟନ୍ତ ଡାଭିଡ ହ୍ୱାଇଟ ହେଉଛନ୍ତି ଏନଜେଡ ବୋର୍ଡର ମାତ୍ର ଚତୁର୍ଥ ସିଇଓ । ତେବେ ୧୧ ବର୍ଷର ଲମ୍ବା ଯାତ୍ରା ପରେ ସେ ଏହି ପଦବୀରୁ ବିଦାୟ ନେବା ପାଇଁ ଘୋଷଣା କରିଛନ୍ତି ।

Had no choice but to leave Pakistan: NZC Chief

ଇସ୍ତଫା ଦେବା ଖତା ଉପରେ ଡାଭିଡ ହ୍ୱାଇଟ କହିଛନ୍ତି ଯେ, ମୋତେ ଲାଗୁଛି ଏହି ସମୟ ମୋ ପାଇଁ, ମୋ ପରିବାର ପାଇଁ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପାଇଁ ଉଚିତ ସମୟ । ଏକ ଦୃଢ ବାଲାନ୍ସ ସିଟ୍ ଏବଂ ଦୀର୍ଘକାଳୀନ ବ୍ୟବସାୟିକ ଟାଇ-ଅପ୍ ସହିତ ଏନଜେଡସି ଏକ ସୁରକ୍ଷିତ ସ୍ଥିତିରେ ରହିଛି । ବ୍ଲାକକ୍ୟାପ୍ସ ମଜବୁତ ରହିଛି; ମହିଳା କ୍ରିକେଟ ଟିମ୍ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରୁଛି । ତେଣୁ ଏହା ହିଁ ବୋର୍ଡରୁ ବିଦାୟ ନେବାର ପ୍ରକୃତ ସମୟ ବୋଲି କହିଛନ୍ତି ସିଇଓ ଡାଭିଡ ହ୍ୱାଇଟ ।

ତେବେ ନ୍ୟୁଜିଲାଣ୍ଡ କ୍ରିକେଟର ସଫଳତାକୁ ସମସ୍ତଙ୍କର ମିଳିତ ଉଦ୍ୟମ ବୋଲି କହିଛନ୍ତି ହ୍ୱାଇଟ । ହ୍ୱାଇଟ କହିଛନ୍ତି ଯେ, ଖେଳାଳି ଏବଂ ପ୍ରଶାସନିକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଏଥିରେ ସାମିଲ ଥିବା ସମସ୍ତ ବ୍ୟକ୍ତି ଏହାର ଭାଗିଦାର ଅଛନ୍ତି । ଏହାସହିତ ସମସ୍ତଙ୍କୁ ଧନ୍ୟବାଦ ଦେବା ପାଇଁ ଅଗଷ୍ଟ ମାସରେ କାର୍ଯ୍ୟକାଳ ଶେଷ କରିବାର ନିଷ୍ପତ୍ତି ଶୁଣାଇଛନ୍ତି ଡାଭିଡ ହ୍ୱାଇଟ ।

Get real time updates directly on you device, subscribe now.