fbpx
BJD SKY
BJD SKY

ପାକିସ୍ତାନରେ ଉତ୍ତେଜନା ଜାରି: ଇମ୍ରାନ୍ ଖାନଙ୍କ ପରେ ପୁର୍ବ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ ଗିରଫ

BJD

ନୂଆଦିଲ୍ଲୀ: ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଜଳି ଉଠିଛି ପାକିସ୍ତାନ। ପୁରା ଦେଶରୁ ହିଂସା ଜଳା ପୋଡ଼ାର ଖବର ଆସିଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ପାକିସ୍ତାନର ପୂର୍ବତନ ବିଦଶ ମନ୍ତ୍ରୀ ମହମ୍ମଦ କ୍ୟୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ହିଂସାକୁ ନଜରରେ ରଖି ଆଜି ଇମ୍ରାନଙ୍କୁ କୋର୍ଟରେ ହାଜର ନକରିବାକୁ ନିଷ୍ପତି ନିଆଯାଇଥିଲା।

ଏହାପରେ ଯେଉଁଠାରେ ଇମ୍ରାନ ଖାନନ ଥିଲେ ସେଠାରେ ହିଁ କୋର୍ଟ ବସାଯାଇ ଶୁଣାଣି ହୋଇଥିଲା। ଏହି ସମୟରେ ଯାଞ୍ଚ ଏଜେନ୍ସୀ ନ୍ୟାସନାଲ ଆକାଉଂଣ୍ଟେବିଲିଟି ବ୍ୟୁରୋ(ଏନଏବି) ଇମ୍ରାନଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା, କିନ୍ତୁ କୋର୍ଟ କେବଳ ୮ ରିମାଣ୍ଡରରେ ନେବାକୁ ଅନୁମତି ଦେଇଛନ୍ତି।

ମଙ୍ଗଳବାର ପାକିସ୍ତାନ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଇସଲାମବାଦ ହାଇକୋର୍ଟରେ କିଛି ମାମଲାରେ ଶୁଣାଣି ପାଇଁ ପହଞ୍ଚିଥିଲେ । ଯେତେବେଳେ ଇମ୍ରାନ ଖାନ କୋର୍ଟରେ ନିଜର ବାୟୋମେଟ୍ରିକ ଦେଉଥିଲେ, ସେ ସମୟରେ ସେନାର ରେଞ୍ଜର୍ସମାନେ ତାଙ୍କୁ ଗିରଫ କରିଥିଲେ ।

Get real time updates directly on you device, subscribe now.