fbpx

ବଡ ଖବର! ୨୦୨୩-୨୪ ସେଶନରୁ ବଦଳିବ ବୋର୍ଡ ପରୀକ୍ଷା ନିୟମ: MCQ ଉପରେ ରହିବ ଫୋକସ

ନୂଆଦିଲ୍ଲୀ: ୨୦୨୪ରେ ବଦଳିଯିବ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଢାଞ୍ଚା । ଏଥିପାଇଁ ମୁଲ୍ୟାଭ୍କନ ଯୋଜନାକୁ ଏକ ନୂଆ ରୂପ ଦେଇଛି ସିବିଏସଇ । ଆସନ୍ତାବର୍ଷରେ ବହୁବିକଳ୍ପୀୟ ପ୍ରଶ୍ନ ବା ଏମସିକ୍ୟୁ ଉପରେ ଅଧିକ ଫୋକସ ଦିଆଯିବ ବୋଲି ଘୋଷଣା କରାଯାଇଛି । ନୂଆ ସେଶନରୁ କ୍ଷୁଦ୍ର ଏବଂ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପାଇଁ ଭାର କମ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସିବିଏସଇ ଅଧିକାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ସୁପାରିଶ ସହ ଆସେସମେଣ୍ଟ ସ୍କିମକୁ ପ୍ରସ୍ତୁତ କରିବା ହେଉଛି ଏହି ଉଦ୍ୟମକର ପ୍ରଥମ ଉଦ୍ଦେଶ୍ୟ । ତେବେ ଏହି ପରିବର୍ତ୍ତନ କେବଳ ୨୦୨୩-୨୪ ଶିକ୍ଷା ୩ୀତିରେ ଲାଗୁ କରାଯାଇପାରେ । କାରଣ ନୂଆ ପାଠ୍ୟଚର୍ଯ୍ୟାର ରୂପରେଖର ଆରମ୍ଭ ସହିତ ଆଗାମୀ ବର୍ଷର ପରୀକ୍ଷାରେ ସୁଧାର ଆଣିବାର ସମ୍ଭାବନା ରହିଛି । ସିବିଏସଇର ନିର୍ଦ୍ଦେଶକ ଜୋସେଫ ଇମାନୁଏଲ କହିଛନ୍ତି ଯେ, ୨୦୨୦ ନେସନାଲ ଏଜୁକେସନ ପଲିସି ୨୦୨୧ର ଚାଲେଞ୍ଜକୁ ସାମନା କରିବା ପାଇଁ ଛାତ୍ରଛାତ୍ରୀଙ୍କ କ୍ଷମତା ଉପରେ ଗୁରୁତ୍ୱ ଦେଇଥିଲା । ତେଣୁ ଏହାକୁ ନଜରରେ ରଖି ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭରୁ ଏଥିରେ ପରିବର୍ତ୍ତନ କରାଯାଉଛି । ଆଗାମୀ ବର୍ଷ ପ୍ରଶ୍ନପତ୍ରରେ ଅଧିକ ସଂଖ୍ୟାରେ ଯୋଗ୍ୟତା ଆଧାରିତ ପ୍ରଶ୍ନ କିମ୍ବା ସେହି ପ୍ରଶ୍ନଗୁଡିକ ରହିବ ଯାହା ଏହି ପଦ୍ଧତିକୁ ଅବଲମ୍ବନ କରିବ ।

ଦଶମ ଶ୍ରେଣୀରେ ୫୦ ପ୍ରତିଶତ ଏମସିକ୍ୟୁ, କେସ୍-ବେସଡ ପ୍ରଶ୍ନ, ସୋର୍ସ ଆଧାରିତ ଏକୀକୃତ ପ୍ରଶ୍ନ() କିମ୍ବା ଅନ୍ୟ କୌଣସି ପ୍ରକାର ଯୋଗ୍ୟତା ଆଧାରିତ ପ୍ରଶ୍ନ ରହିବ । ତେବେ ପୂର୍ବ ଶିକ୍ଷାବର୍ଷର ପ୍ରଶ୍ନପତ୍ରରେ ଏହା ୪୦ ପ୍ରତିଶତ ସ୍ଥାନ ପାଇଥିଲା । ସେହିପରି ବସ୍ତୁନିଷ୍ଠ ପ୍ରଶ୍ନ ବର୍ତ୍ତମାନ ନିଶ୍ଚିତ ଭାବରେ ୨୦ ପ୍ରତିଶତ ସହିତ ଏମସିକ୍ୟୁ ରହିବ । ତେବେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ପରିମାଣ ୪୦ ପ୍ରତିଶତରୁ ହ୍ରାସ ପାଇ ୩୦ ପ୍ରତିଶତ କରାଯାଇଛି । ସେହିପରି ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ରରେ ୪୦ ପ୍ରତିଶତ ଏମସିକ୍ୟୁ, ଏମସିକ୍ୟୁ, କେସ୍-ବେସଡ ପ୍ରଶ୍ନ, ସୋର୍ସ ଆଧାରିତ ଏକୀକୃତ ପ୍ରଶ୍ନ() କିମ୍ବା ଅନ୍ୟ କୌଣସି ପ୍ରକାର ଯୋଗ୍ୟତା ଆଧାରିତ ପ୍ରଶ୍ନ ରହିବ । ଏହାବ୍ୟତୀତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ପରିମାଣ ମଧ୍ୟ ୪୦ ପ୍ରତିଶତରୁ ହ୍ରାସ ପାଇ ୩୦ ପ୍ରତିଶତ କରାଯାଇଛି ।

Get real time updates directly on you device, subscribe now.