fbpx
BJD SKY
BJD SKY

ହଠାତ୍ ଗାଏବ୍ ହୋଇଗଲା ସେନା ହେଲିକପ୍ଟର , ୧୦ରୁ ଅଧିକ ଥିଲେ !

BJD

ନୂଆଦିଲ୍ଲୀ : ଜାପାନର ସାମରିକ ହେଲିକପ୍ଟର ହଠାତ୍ ନିଖୋଜ ହୋଇଯାଇଛି । ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଜାପାନ କୋଷ୍ଟଗାର୍ଡ ଗୁରୁବାର ହେଲିକପ୍ଟର ନିଖୋଜ ହୋଇଯାଇଥିବା ସୂଚନା ଦେଇଛନ୍ତି। ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଥିବା ଏକ ହେଲିକପ୍ଟର ଦକ୍ଷିଣ ଜାପାନର ଏକ ଦ୍ୱୀପ ନିକଟରେ ନିଖୋଜ ହୋଇଯାଇଛି ବୋଲି ତଟରକ୍ଷୀ ବାହିନୀ କହିଛନ୍ତି।

ନିଖୋଜ ହେଲିକପ୍ଟରର ସନ୍ଧାନ ଚାଲିଥିବା ତଟରକ୍ଷୀ ବାହିନୀ କହିଛନ୍ତି। କୋଷ୍ଟଗାର୍ଡ କହିଛନ୍ତି ଯେ ଗୁରୁବାର ଦିନ ମିଆକୋ ଦ୍ୱୀପ ନିକଟରେ ହେଲିକପ୍ଟର ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଚାରୋଟି ପାଟ୍ରୋଲିଂ ଜାହାଜ ସର୍ଚ୍ଚ ଅପରେସନରେ ଯାଇଛି କିନ୍ତୁ ନିଖୋଜ ହେଲିକପ୍ଟରର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ ।

Get real time updates directly on you device, subscribe now.