fbpx
BJD
BJD SKY
BJD SKY

ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି

କଟକ: ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି। ବଦଳିଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି। ନୂଆ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଦାୟିତ୍ୱ। ପୂର୍ବରୁ ସମ୍ପାଦକ ଦାୟିତ୍ୱ ତୁଲାଇ ସାରିଛନ୍ତି ଶ୍ରୀକାନ୍ତ। ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀର ପିଲାମାନଙ୍କ ବୋର୍ଡ ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ଏହି ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ମଧ୍ୟ ଜାରି ହୋଇ ସାରିଛି ।

ଫେବୃଆରୀ ୨୦ ତାରିଖରେ ଦଶମ ଶ୍ରେଣୀ ପିଲାମାନଙ୍କର ଓଡ଼ିଆ ପରୀକ୍ଷା ହେବାକୁ ଥିବା ବେଳେ ୨୩ ତାରିଖରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ୨୮ ତାରିଖରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା, ମାର୍ଚ୍ଚ ୨ରେ ବିଜ୍ଞାନ ଏବଂ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ତେବେ ଚଳିତବର୍ଷ ୨୯୯୧ କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପିଲା ମାଟ୍ରିକ ପରୀକ୍ଷା ଦେବେ ।

Get real time updates directly on you device, subscribe now.