fbpx

ଚିଲିକା ଡଙ୍ଗାବୁଡି ଘଟଣାରେ ସମସ୍ତେ ଉଦ୍ଧାର

ବାଲୁଗାଁ,୨ ।୨(ଓଡିଶା ଭାସ୍କର): ଚିଲିକାରେ ଡଙ୍ଗାବୁଡି ଘଟଣାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ମା କାଳିଜାଇଙ୍କ ଦର୍ଶନ ସାରି ବଡକୂଳ ଫେରୁଥିବା ବେଳେ ଅଧାବାଟରେ ଡଙ୍ଗାଟି ବୁଡିଥଲା । ୩ଟି ଡଙ୍ଗାରେ କାଳିଜାଇକୁ ଭୋଜି କରିବାକୁ ପ୍ରାୟ ୪୦ ଜଣ ଲୋକ ଯାଇଥିଲେ । କାଳିଜାଇ ପୀଠରୁ ଭୋଜି ସାରି ଘରକୁ ଫେରୁଥିବା ବେଳେ କୂଳରୁ ପ୍ରାୟ ୧୨ କି.ମି ଦୂରରେ ଡଙ୍ଗା ଓଲଟି ଏହି ଅଘଟଣ ଘଟିଥିଲା । ଯାତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣ ନିଖୋଜ ଥିଲେ । ଓଡ୍ରାଫ ଟିମ୍ ଓ ମତ୍ସଜୀବୀଙ୍କ ଦ୍ୱାରା ତଲାସି କାର୍ଯ୍ୟରେ ସେମାନଙ୍କୁ ଉଦ୍ଧାର କରାଗଲା ।

Get real time updates directly on you device, subscribe now.